ଅଗ୍ରଣୀ ପ୍ରିମିୟମ୍ ସ୍ମାର୍ଟଫୋନ୍ ନିର୍ମାତା ଟେକ୍ନୋ ମୋବାଇଲ୍ ପକ୍ଷରୁ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି କ୍ୟାମନ୍-ଆଇ ସିରିଜ୍ ସ୍ମାର୍ଟଫୋନ୍ର ବଜାର ପ୍ରବେଶ କରାଯାଇଛି। ଏଥିରେ ୧୩ ଏମ୍ପି ସମ୍ମୁଖ ଏବଂ ପଛ କ୍ୟାମେରା ରହିଛି । ଏହାର ମୂଲ୍ୟ ୮,୯୯୦ ଟଙ୍କା ଥିବାବେଳେ ଏହା ଫେବୃୟାରୀ ୧ ତାରିଖଠାରୁ ସାରା ଦେଶରେ ଉପଲବ୍ଧ ହେବ। ଏହି ସ୍ମାର୍ଟଫୋନ୍ ଗ୍ରାହକଙ୍କ ବହୁବିଧ ଆବଶ୍ୟକତା ପୂରଣ କରିବାକୁ ସକ୍ଷମ ହେବ।
ଏହାର ଏଚ୍ଡି ପ୍ଲସ୍ ଡିସ୍ପ୍ଲେ ରହିଛି । ଏଥିରେ ୫.୬୫ ଇଞ୍ଚ୍ ଡିସ୍ପ୍ଲେ ,୧୩ ମେଗାପିକ୍ସଲେ ସମ୍ମୁଖ କ୍ୟାମେରା ଏବଂ ପଛ ଏଫ୍/୨.୦ କ୍ୟାମେରା, ୪ ଏକ୍ସ ଫ୍ଲାଶ୍, ଅପ୍ଟିମାଇଜ୍ କ୍ୟାମେରା, ରାତିରେ ସହଜରେ ଫଟୋ ଉଠାଇ ହେଉଥିବା କ୍ୟାମେରା ଆଦି ବୈଶିଷ୍ଟ୍ୟ ରହିଛି। ଏଥିରେ କ୍ୱାଡକୋର ୧.୩ ଜିଏଚ୍ଜେଡ୍୍ ପ୍ରୋସେସର୍, ୩ ଜିବି ରାମ୍, ୩୨ ଜିବି ରୋମ୍ ମେମୋରୀ, ୩୦୫୦ ଏମଏଏଚ୍ ବ୍ୟାଟେରୀ ଆଦି ସୁବିଧା ରହିଛି। ଏହା ଚ୍ୟାମ୍ପେନ୍ ଗୋଲ୍ଡ, ମିଡ୍ ନାଇଟ୍ ବ୍ଲାକ୍ ଏବଂ ସିଟି ବ୍ଲୁ ଆଦି ୩ ଟି ରଙ୍ଗରେ ଉପଲବ୍ଧ ହେବ ।
ଏହା ଉପରେ ପ୍ରାରମ୍ଭିକ ଅଫର ‘୧୧୧’ ଉପଲବ୍ଧ ହେବ। ଯାହାକି ୧୦୦ ଦିନ ମଧ୍ୟରେ ରିପ୍ଲେସ୍ ଓ୍ଵାରେଣ୍ଟି ତଥା ଗୋଟିଏ ଥର୍ ସ୍କ୍ରିନ୍ ରିପ୍ଲେସମେଣ୍ଟ ସୁବିଧା ତଥା ଏକ ମାସର ବର୍ଦ୍ଧିତ ୱାରେଣ୍ଟି ପ୍ରଦାନ କରିବ । ଏହି ସୁବିଧା ୧୨ ମାସ ପର୍ଯ୍ୟନ୍ତ ବର୍ଦ୍ଧିତ କରାଯାଇପାରିବ। ଏହା ୯୦୦ ରୁ ଅଧିକ ମଲ୍ଟି ବ୍ରାଣ୍ଡ୍ ଟଚ୍ ପଏଣ୍ଟରେ ଉପଲବ୍ଧ ହେବ।