ନୂଆଦିଲ୍ଲୀ : ପ୍ରିମିୟମ୍ ସ୍ମାର୍ଟଫୋନ୍ ନିର୍ମାତା ଟେକ୍ନୋ ମୋବାଇଲ୍ ପକ୍ଷରୁ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଟ୍ରାନ୍ସସିଅନ୍୍ ଇଣ୍ଡିଆର କ୍ୟାମନ୍-ଆଇ ସିରିଜ୍ ସ୍ମାର୍ଟଫୋନ୍ ବର୍ଗରେ ଅନ୍ୟ ଏକ ନୂତନ ଉତ୍ପାଦ କ୍ୟାମନ୍-ଆଇ କ୍ଲିକ୍-୨ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏହା ଫଟୋଗ୍ରାଫି କ୍ଷେତ୍ରରେ ଗ୍ରାହକଙ୍କୁ ନୂତନ ଅଭିଜ୍ଞତା ଦେବାକୁ ସକ୍ଷମ ହେବ। ଏଥିରେ ୬.୨ ଇଞ୍ଚ ଏଚଡି ପ୍ଲସ୍ ସ୍କ୍ରିନ୍, ୧୯:୯ ସୁପର ଫୁଲ୍ ଭିୟୁ ନଚ୍ ଡିସପ୍ଲେ, ୨୪ ଏମ୍ପି ଏଆଇ ସେଲଫି କ୍ୟାମେରା, ୧୩ ଏମପି ଏବଂ ୫ ଏମପି ଦୁଇଟି ପଛ କ୍ୟାମେରା, ଡୁଆଲ୍ ସିମ୍, ଡୁଆଲ୍ ଭୋଲଟି, ୩୭୫୦ ଏମଏଏଚ୍ ବ୍ୟାଟେରୀ ଏବଂ ଏଆଇ ଫେସ୍ ଅନଲକ୍ ସୁବିଧା ରହିଛି । ଏହା ଆକ୍ୱା ବ୍ଲୁ, ହାୱାଇ ବ୍ଲୁ ଏବଂ ମିଡ୍ ନାଇଟ୍ ବ୍ଲାକ୍ ପ୍ରଭୃତି ୩ଟି ରଙ୍ଗରେ ଉପଲବ୍ଧ ହେଉଛି। ଏହାର ମୂଲ୍ୟ ୧୩,୪୯୯ ଟଙ୍କା ରହିଛି। ଏହା ଭାରତବ୍ୟାପି ୩୦,୦୦୦ରୁ ଅଧିକ ରିଟେଲ ଆଉଟ୍ ଲେଟ୍ରେ ଉପଲବ୍ଧ ହେଉଛି। କ୍ୟାମନ୍-ଆଇ ସରିଜ୍ର ୪ଟି ଫୋନ୍ ସମ୍ପ୍ରତି ବଜାରରେ ଉପଲବ୍ଧ। ସେଥିମଧ୍ୟରୁ କ୍ୟାମନ୍-ଆଇ ଏୟାର ୨ ପ୍ଲସ୍ର ମୂଲ୍ୟ ୮,୯୯୯ଟଙ୍କା ଥିବାବେଳେ କ୍ୟାମନ୍-ଆଇ-୨ର ମୂଲ୍ୟ ୧୦,୪୯୯ ଟଙ୍କା, କ୍ୟାମନ୍-ଆଇ-୨ଏକ୍ସର ମୂଲ୍ୟ ୧୨,୪୯୯ ଟଙ୍କା ଏବଂ କ୍ୟାମନ୍ ଆଇ କ୍ଲିକ୍-୨ର ମୂଲ୍ୟ ୧୩,୪୯୯ଟଙ୍କା ରହିଛି । ଏଥିରେ ଏଆଇ ପାୱାର କ୍ୟାମେରା, ୨୯୮ ଫେସିଆଲ୍ ଫିଚର ରହିଛି। ଏଥିରେ ୨୪ ମେଗାପିକ୍ସେଲ ସେଲଫି କ୍ୟାମେରା ସୁବିଧା ରହିଛି। ଏହା ସହିତ ଏଥିରେ ଏଆଇ ବୋଖେ, ୬.୨ ଇଂଚ ଏଚଡି ପ୍ଲସ୍ ସୁପର ଫୁଲ ଭିୟୁ ନଚ୍ ଡିସପ୍ଲେ ରହିଛି। ଏଥିରେ ୨.୦ ଜିଏଚଜେଡ୍ ଅକ୍ଟା-କୋର୍ ହେଲିଓ ପି୨୨ ପ୍ରୋସେସର, ଆଣ୍ଡ୍ରଏଡ୍ ୮.୧, ୪ ଜିବି ରାମ୍, ୬୪ ଜିବି ରମ୍ ୧୨୮ ବର୍ଦ୍ଧିତ ମେମୋରୀ ସୁବିଧା ରହିଛି।
ଭାରତୀୟ ବଜାରରେ ଟେକ୍ନୋ ପକ୍ଷରୁ କ୍ୟାମନ-ଆଇ୍ କ୍ଲିକ-୨ ସ୍ମାର୍ଟଫୋନ୍
/sambad/media/post_attachments/wp-content/uploads/2018/10/Tecno-CAMON-iClick2-1.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)