ଥରେ ଚାର୍ଜ କଲେ ୫୩ ଦିନ ପର୍ଯ୍ୟନ୍ତ ଵ୍ୟାକଅପ ଦେଇପାରିବ ଏହି ସ୍ମାର୍ଟଫୋନ

ନୂଆଦିଲ୍ଲୀ: ସ୍ମାର୍ଟଫୋନ୍ କିଣିବାବେଳେ, ଆମେ ସମସ୍ତେ ଏହାର ଫିଚର ସହ ବ୍ୟାଟେରୀ ପ୍ରତି ଧ୍ୟାନ ଦେଇଥାଉ | ଯେପରି ଥରେ ଚାର୍ଜ କଲେ ଏହା କେତେଦିନ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିପାରିବ | ବାସ୍ତବରେ, ଆଜିକାଲି ପ୍ରତ୍ୟେକ କାର୍ଯ୍ୟ ମୋବାଇଲ୍ ଫୋନ୍ ମାଧ୍ୟମରେ କରାଯାଇଥାଏ, ଏପରି ପରିସ୍ଥିତିରେ ଭଲ ବ୍ୟାଟେରୀ ବ୍ୟାକଅପ୍ ସହିତ ଏକ ଫୋନ୍ ରହିବା ନିହାତି ଆବଶ୍ୟକତା | ଆଜି ଆମେ ଆପଣଙ୍କୁ ଏପରି ଏକ ସ୍ମାର୍ଟଫୋନ୍ ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ଆପଣ ୭୦୦୦ ଏମଏଏଚର ଏକ ବଡ ବ୍ୟାଟେରୀ ପାଇବେ | ଆଉ କମ୍ପାନୀ ପକ୍ଷରୁ ଦାବି ମୁତାବକ ଥରେ ସମ୍ପୂର୍ଣ୍ଣ ଚାର୍ଜ ହୋଇଗଲେ, ଏହା ବିନା ଚାର୍ଜରେ ୫୩ ଦିନ ଷ୍ଟାଣ୍ଡବାଇ ମୋଡରେ ରହିପାରିବ | ଏହି ସ୍ମାର୍ଟଫୋନଟି ହେଉଛି ଟେକ୍ନୋ ପୋଭା ୩ |

ଏହି ସ୍ମାର୍ଟଫୋନରେ ୭୦୦୦ ଏମଏଏଚ ବ୍ୟାଟେରୀ ରହିଛି, ଯାହା ୩୩W ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରେ | ଥରେ ସମ୍ପୂର୍ଣ୍ଣ ଚାର୍ଜ ହୋଇଗଲେ, ସ୍ମାର୍ଟଫୋନର ବ୍ୟାଟେରୀ ୫୩ ଦିନ ଷ୍ଟାଣ୍ଡବାଇ ମୋଡରେ କାମ କରିପାରିବ | ଟେକ୍ନୋ ପୋଭା ୩ ରେ, ଆପଣ ୪ ଜିବି ରାମ୍ ଏବଂ ୬୪ ଜିବି ଇନ୍ଟରନ୍ୟାଲ ଷ୍ଟୋରେଜ୍ ପାଇପାରିବେ, ଯାହାକୁ ଆପଣ ୫୧୨ ଜିବି ପର୍ଯ୍ୟନ୍ତ ବଢ଼ାଇପାରିବେ | ଆପଣ ଏହି ସ୍ମାର୍ଟଫୋନକୁ ୩ଟି ରଙ୍ଗ ବିକଳ୍ପରେ ପାଇପାରିବେ | ଏହି ରଙ୍ଗଗୁଡିକ ହେଉଛି ଇକୋ ବ୍ଲାକ୍, ଇଲେକ୍ଟ୍ରିକ୍ ବ୍ଲୁ ଏବଂ ଟେକ୍ ସିଲଭର | ଏହି ଫୋନରେ ଲଗାତାର ଭିଡିଓ ଦେଖିଲେ ଏହା ୩୦ ଘଣ୍ଟା ନନ୍ ଷ୍ଟପ୍ ଏବଂ ଷ୍ଟାଣ୍ଡବାଇ ମୋଡରେ ୫୩ ଦିନ କାର୍ଯ୍ୟକ୍ଷମ ରହିପାରିବ | ତେବେ ସବୁଠାରୁ ବଡ କଥା ଯେ ଆପଣ ଆମାଜନରୁ ମାତ୍ର ୯୯୯୯ ଟଙ୍କାରେ କିଣି ପାରିବେ |

ସମ୍ବନ୍ଧିତ ଖବର