୨୦ ତାରିଖରେ ବଜାରକୁ ଆସିବ କ୍ୟାମନ୍‌-ଆଇ ସିରିଜର ଏହି ଦୁଇଟି ସ୍ମାର୍ଟଫୋନ

ନୂଆଦିଲ୍ଲୀ : ଅଗ୍ରଣୀ ପ୍ରିମିୟମ୍‌ ସ୍ମାର୍ଟଫୋନ୍‌ ନିର୍ମାତା ଟେକ୍ନୋ ମୋବାଇଲ୍‌ ପକ୍ଷରୁ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଟ୍ରାନ୍ସସିଅନ୍‌୍‌ ଇଣ୍ଡିଆର କ୍ୟାମନ୍‌-ଆଇ ସିରିଜ୍‌ ସ୍ମାର୍ଟଫୋନ୍‌ ବର୍ଗରେ କ୍ୟାମନ୍‌-ଆଇ ଏସିଇ ଏବଂ କ୍ୟାମନ-ଆଇ୍‌ ସ୍କାଏ-୨ ସ୍ମାର୍ଟଫୋନ୍‌ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏହା ଯେ କୌଣସି ଆଲୋକରେ ଫଟୋ ଉଠାଇବାକୁ ସକ୍ଷମ ହେବା ସହିତ ଫୁଲ ଭିୟୁ ଡିସ୍‌ ପ୍ଲେ ଉପଲବ୍ଧ କରାଇବାକୁ ସକ୍ଷମ ହେବ। ଏହାର ମୂଲ୍ୟ ଯଥାକ୍ରମେ ୬୭୯୯ ଟଙ୍କା ଏବଂ ୭୪୯୯ ଟଙ୍କା ରହିଛି। କ୍ୟାମନ୍‌- ଆଇ-ଏସିଇ ଭାରତବ୍ୟାପି ୩୫୦୦୦ରୁ ଅଧିକ ରିଟେଲ ଆଉଟ୍‌ଲେଟ୍‌ରେ ଉପଲବ୍ଧ ହେବ। ସେହିପରି କ୍ୟାମନ୍‌- ଆଇ-ସ୍କାଏ-୨ ଅଗଷ୍ଟ ୨୦ ତାରିଖଠାରୁ ବିକ୍ରି ପାଇଁ ଉପଲବ୍ଧ ହେବ। ଭାରତରେ କ୍ୟାମନ୍‌ ସିରିଜ୍‌ର ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ସ୍ମାର୍ଟଫୋନ୍‌ ଦୁଇଟି ପ୍ରସ୍ତୁତ କରାଯାଇଛି। ଉଭୟ ମୋବାଇଲ୍‌ରେ ୧୩ ଏମ୍‌ପି ଏଆଇ ପଛ କ୍ୟାମେରା, ଏଆଇ-ପାୱାର ସେଲ୍‌ଫି, ୫.୫ ଇଞ୍ଚ ଏଚଡି ପ୍ଲସ୍‌ ସ୍କ୍ରିନ୍‌, ୧୮:୯ ଫୁଲ ଭିୟୁ ଡିସପ୍ଲେ, ୩୦୫୦ ଏମ୍‌ଏଏଚ୍‌ ବ୍ୟାଟେରୀ, ଫେସ୍‌ ଅନଲକ୍‌ ଆଦି ବୈଶିଷ୍ଟ୍ୟ ରହିଛି। କ୍ୟାମନ୍‌-ଆଇ- ସ୍କାଏ-୨ ଚ୍ୟାମ୍ପେନ୍‌ ଗୋଲ୍ଡ, ମିଡ୍‌ ନାଇଟ୍‌ ବ୍ଲାକ୍‌, ମିଡ୍‌ ନାଇଟ୍‌ ବ୍ଲୁ ରଙ୍ଗରେ ଉପଲବ୍ଧ ହେଉଥିବାବେଳେ କ୍ୟାମନ୍‌ ଆଇ-ଏସିଇ କ୍ୟାମ୍ପେନ୍‌ ଗୋଲ୍ଡ, ମିଡ୍‌ ନାଇଟ୍‌ ବ୍ଳାକ୍‌ ଏବଂ ବୋରଡ୍ୟୁକ୍ସ୍‌ ରେଡ୍‌ ରଙ୍ଗରେ ଉପଲବ୍ଧ ହେଉଛି। ଏହା ଉପରେ ମାଇଁ ଜିଓ ଅକାଉଂଟ୍‌ ମାଧ୍ୟମରେ ୨୨୦୦ କ୍ୟାସ୍‌ ବ୍ୟାକ୍‌ ଅଫର ଉପଲବ୍ଧ ହେଉଛି। ୧୯୮ ଟଙ୍କା ଏବଂ ୨୯୯ ଟଙ୍କାର ରିଚାର୍ଜ ଉପରେ ୨୮ ଦିନର ବୈଧତା ସହିତ ଯଥାକ୍ରମେ ୨ଜିବି ଏବଂ 3ଜିବି ଡାଟା ଉପଲବ୍ଧ ହେବ। ଏହା ଉପରେ ପ୍ରାରମ୍ଭିକ ଅଫର ’୧୧୧’ ଉପଲବ୍ଧ ହେବ। ଯାହାକି ୧୦୦ଦିନ ମଧ୍ୟରେ ରିପ୍ଲେସ୍‌ ଓ୍ଵାରେଣ୍ଟି ତଥା ଗୋଟିଏ ଥର୍‌ ସ୍କ୍ରିନ୍‌ ରିପ୍ଲେସମେଣ୍ଟ୍‌ ସୁବିଧା ତଥା ଏକ ମାସର ବର୍ଦ୍ଧିତ ଓ୍ଵାରେଣ୍ଟି ପ୍ରଦାନ କରିବ।

ସମ୍ବନ୍ଧିତ ଖବର