ମୁମ୍ବାଇ: ଏବେ ଯୁବପିଢ଼ିଙ୍କୁ ଘାରିଛି ଆଇଫୋନ୍-୧୭ର ନିଶା। ଆପଣ ବି ଆଇଫୋନ୍-୧୭ କିଣିବାକୁ ଯୋଜନା କରୁଛନ୍ତି କି? ଆଇଫୋନ୍ କିଣିବାକୁ ଯଦି ଭାବୁଥାନ୍ତି ଓ ବଜେଟ୍ କମ୍ ଥାଏ; ତେବେ ଆପଣଙ୍କ ପାଇଁ ଖୁସି ଖବର। କାରଣ ଏବେ ଆପେଲ୍ର ବହୁ ଲୋକପ୍ରିୟ ଆଇଫୋନ୍-୧୭ ମିଳୁଛି କିସ୍ତିରେ। ଅର୍ଥାତ ଆପଣ ମାସକୁ ମାତ୍ର ୩୫୭୮ ଟଙ୍କା ଦେଇ କିଣିପାରିବେ ‘ଆଇଫୋନ୍-୧୭’।
ଆପେଲ୍ର ଏହି ଫୋନ୍ଟି ସେପ୍ଟେମ୍ବର ମାସରେ ଲଞ୍ଚ୍ ହୋଇଥିବା ବେଳେ ଏହାର ଦର ରହିଛି ୮୨,୯୦୦ ଟଙ୍କା। ଏହା ହେଉଛି ୨୫୬ ଜିବି ଷ୍ଟୋରେଜ୍ ଥିବା ଫୋନ୍ର ଦର।
ବିଜୟ ସେଲ୍ରେ ଏହି ଫୋନ୍ ଉପରେ ୬ ହଜାର ଟଙ୍କା ରିହାତି ମିଳୁଛି। ରିହାତି ପରେ ଫୋନର ଦାମ ୭୬, ୯୦୦ ଟଙ୍କା ରହିଛି। ଆପଣ ଚାହାନ୍ତି ତ ଏହି ଫୋନ୍କୁ ଇଏମ୍ଆଇରେ କିଣିପାରିବେ। ଏହି ଫୋନ୍କୁ ଆପଣ ନୋ-କଷ୍ଟ୍ ଇଏମ୍ଆଇରେ କିଣିପାରିବେ। ଏଥିପାଇଁ ଆପଣଙ୍କୁ ମାସକୁ ୧୨,୮୧୬ ଟଙ୍କା ଦେବାକୁ ହେବ।
ଏହି ଭାରିଆଣ୍ଟ୍ର କମଳା ରଂଗ ପାଲଟିଛି ସଭିଙ୍କ ପ୍ରିୟ। ଯୁବପିଢ଼ିକୁ ବାୟା କରିଛି କମଳା ରଂଗ। କମଳା ରଂଗ ଏତେ ଘାରିଛି ଯେ ଏହି ଫୋନ୍ ପାଇଁ ଗ୍ରାହକ କଳା ବଜାରୀ କରିବାକୁ ବି ପଛାଉ ନାହାନ୍ତି। ଅର୍ଥାତ ବ୍ଲାକ୍ରେ ବିକ୍ରି ହେଉଛି ‘ଆଇଫୋନ୍-୧୭’। ‘ଆଇଫୋନ୍-୧୭’ ପ୍ରେମୀମାନେ ଏହି ରଂଗକୁ "ଭଗୱା" ବୋଲି ବି କହୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/10/11/untitled-30-2025-10-11-17-40-31.jpg)