ମୁମ୍ବାଇ: ଟେକ୍‌ନୋଭା ପକ୍ଷରୁ ନଭି ମୁମ୍ବାଇର ତୁର୍ଭେଠାରେ ନୂଆ ଉନ୍ନତ ଟଚ୍‌ ସେଣ୍ଟର୍‌ର ଶୁଭାରମ୍ଭ କରାଯାଇଛି। ଏଥିରେ ରହିଛି ଏଚ୍‌ପି ଇଣ୍ଡିଗୋ ୬କେ ଡିଜିଟାଲ୍ ପ୍ରେସ୍‌। ଟଚ୍ ହେଉଛି ଟେକ୍‌ନୋଭା ଓପନ୍‌ ୟୁନିଭର୍ସିଟି ଫର୍‌ ଚେଞ୍ଜ୍‌। ଏହା ହେଉଛି ଜ୍ଞାନ ବଣ୍ଟନର ଏକ କେନ୍ଦ୍ର ଯାହାକୁ ଟେକ୍‌ନୋଭା ପକ୍ଷରୁ ୧୯୯୬ରେ ଆରମ୍ଭ କରାଯାଇଥିଲା। ଏହାର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ନୂତନ ଦକ୍ଷତା ହାସଲ କରିବା, ସଦ୍ୟତମ ପ୍ରଯୁକ୍ତିର ଅନୁଭୂତି ନେବା ଏବଂ ପରିଚାଳନା ଉତ୍କର୍ଷ ହାସଲ କରିବା ଲାଗି ଭାରତୀୟ ଛାପା ଶିଳ୍ପକୁ ଏକ ମଞ୍ଚ ପ୍ରଦାନ କରିବା। ଏହି ଅବସରରେ ଟେକ୍‌ନୋଭାର ସିଏମ୍‌ଡି ପ୍ରଣବ ପାରିଖ କହିଛନ୍ତି ଯେ ଇଣ୍ଡିଗୋ ସହ ସହଯୋଗିତା ଜରିଆରେ ୧୯୯୩ରେ ଡିଜିଟାଲ ଛପାରେ ଆମ ଯାତ୍ରା ଆରମ୍ଭ ହୋଇଥିଲା।

Advertisment

ଏହା ପରେ ଇଣ୍ଡିଗୋର ବ୍ୟବସାୟକୁ ଏଚ୍‌ପି ଅଧିଗ୍ରହଣ କରିଥିଲା। ଇଣ୍ଡିଗୋ ‌ପ୍ରେସ୍‌ରେ ଫଟୋଗ୍ରାଫ୍ ପାଇଁ ପଲିଷ୍ଟର ଭିତ୍ତିକ ଚିରୁନଥିବା ଜଳ ନିରୋଧୀ ଫିଲ୍ମ ବିକାଶ କରାଯାଇଛି। ଏହା ଜରିଆରେ ଏଚ୍‌ପି ପକ୍ଷରୁ ଫଟୋ ବଜାରକୁ ସିଲ୍‌ଭର୍‌ ହାଲିଡେ ପେପର ଭିତ୍ତିକ ଫଟୋରୁ ଡିଜିଟାଲ ପଲିଷ୍ଟର ଭିତ୍ତିକ ଫଟୋକୁ ରୂପାନ୍ତରିତ କରାଯାଇପାରିଛି ବୋଲି ସେ କହିଛନ୍ତି। ଏହି ଅବସରରେ ଏଚ୍‌ପି ଇଣ୍ଡିଆର କଣ୍ଟ୍ରି ବିଜନେସ୍‌ ମ୍ୟାନେଜର ଏ ଆପ୍ପାଦୁରାଇ କହିଛନ୍ତି ଯେ ପ୍ରାୟ ୧୦ ହଜାର ଷ୍ଟାର୍ଟଅପ୍‌ ଲାଗି ପ୍ୟାକେଜିଂର ଇନ୍‌କୁବେଟର ହେବା ପାଇଁ ଆମେ ଲକ୍ଷ୍ୟ ରଖିଛୁ। ଟେକ୍‌ନୋଭାର ଇଡି ଓ ସିଇଓ ସି ଜି ରାମକ୍ରିଷ୍ଣ କହିଛନ୍ତି ଯେ ଟେକ୍‌ନୋଭାର ରଣନୀତି ସହିତ ଏଚ୍‌ପିର ଉନ୍ନତ ପ୍ରଯୁକ୍ତି ବେଶ ଖାପଖାଉଛି। କଂପାନିର ସିଓଓ ଅମିତ ଖୁରାନା କହିଛନ୍ତି ଯେ ପ୍ରିଣ୍ଟର, ବ୍ରାଣ୍ଡ୍‌ ମାଲିକ, ଲାଭଜନକ ପ୍ରୟୋଗ ଏବଂ ସହଯୋଗିତା ପାଇ ଏଚ୍‌ପିର ରଣନୀତି ବେଶ ସ୍ବତନ୍ତ୍ର।