ତେଜ୍‌କମଲ ଫର୍ଣ୍ଣିିଚର୍‌ର ନୂଆ ଡିପୋ ଉଦ୍‌ଘାଟିତ

କଟକ: ତେଜଶ୍ରୀ ପଲିମର ପ୍ରାଇଭେଟ୍‌ ଲିମିଟେଡ୍‌ର ବ୍ରାଣ୍ଡ୍‌ ତେଜକମଲ୍‌ ଫର୍ଣ୍ଣିିଚରର ଏକ ନୂତନ ଡିପୋ ବାରଙ୍ଗ ତ୍ରିଶୁଳିଆ ନିକଟସ୍ଥ କାଜିପାଟଣାଠାରେ ଉଦ୍‌ଘାଟିତ ହୋଇଛଇ। ଏହାକୁ ସ୍ଥାନୀୟ କର୍ପୋରେଟର ସଂଜୟ କୁମାର ବରାଳ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମନୋଜ କୁମାର ମହାନ୍ତି, କମ୍ପାନିର ବିକ୍ରି ବିଭାଗ ମୁଖ୍ୟ ଏମ୍‌. ରାମଚନ୍ଦ୍ର ରାଓ, ଏରିଆ ସେଲସ୍‌ ମ୍ୟାନେଜର ପୀତବାସ ରାଉତ ଓ ଅନ୍ୟାନ୍ୟ କର୍ମଚାରୀ, ଷ୍ଟକିଷ୍ଟମାନେ ଉପସ୍ଥିତ ଥିଲେ। ଏହି ଡିପୋରେ କଂପାନିର ଚେୟାର୍‌, ଡାଇନିଙ୍ଗ୍‌ ଡେବୁଲ୍‌, ସୋଫା ସେଟ୍‌ ରଖାଯାଇଛି। ଏହି ଡିପୋରୁ କିଭଳି ସୁଲଭ ମୂଲ୍ୟରେ ରିଟେଲରମାନଙ୍କ ଜରିଆରେ କଂପାନିର ବିଭିନ୍ନ ସାମଗ୍ରୀ ଗ୍ରାହକଙ୍କ ପାଖରେ ପହଞ୍ଚିପାରିବ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି ବୋଲି ତେଜ୍‌କମଲ୍‌ ଫର୍ଣ୍ଣିଚର୍‌ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର