ଟେସ୍‌ଲାକୁ ତେଲେଙ୍ଗାନାର ଆମନ୍ତ୍ରଣ: ଟିକସକୁ ନେଇ କେନ୍ଦ୍ର-ଟେସ୍‌ଲା ମତଭେଦ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ସହିତ ଟିକସକୁ ନେଇ ମତଭେଦ ରହିଥିବା ବିଷୟରେ ଆମେରିକୀୟ ଇଲେକ୍ଟ୍ରିକ୍ ଗାଡ଼ି ନିର୍ମାତା ଟେସ୍‌ଲାର ମୁଖ୍ୟ ଏଲନ୍ ମସ୍କ କିଛି ଦିନ ତଳେ ମନ୍ତବ୍ୟ ଦେଇଥିଲେ। ଆଜି ତେଲେଙ୍ଗାନା ସରକାର ଟେସ୍‌ଲାକୁ ନିଜ ରାଜ୍ୟକୁ ଆମନ୍ତ୍ରଣ କରିଛନ୍ତି। ଏଠାରେ ଆସି କାରଖାନା ସ୍ଥାପନ କରିବାକୁ ତେଲେଙ୍ଗାନାର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ଟି କେ ରାମା ରାଓ କଂପାନିକୁ କହିଛନ୍ତି।

ଟ୍ବିଟର୍‌ ଜରିଆରେ ଶ୍ରୀ ରାମା ରାଓ ଏହି ପ୍ରସ୍ତାବ ଦେଇଛନ୍ତି। ଯେଉଁ ଟୁଇଟ୍‌ରେ ଭାରତ ସରକାରଙ୍କ ସହ ବହୁ ସମସ୍ୟା ରହିଥିବା ବିଷୟରେ ମସ୍କ ଲେଖିଥିଲେ ତାହା ଉପରେ ମତ ରଖି ସେ ଲେଖିଛନ୍ତି ଯେ ମୁଁ ହେଉଛି ଭାରତର ତେଲେଙ୍ଗାନା ରାଜ୍ୟର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ। ଭାରତ/ତେଲେଙ୍ଗାନାରେ କାରଖାନା ସ୍ଥାପନ କରିବା ଲାଗି ଏହି ଆହ୍ବାନ ଭିତରେ ଆମେ ଟେସ୍‌ଲା ସହିତ କାମ କଲେ ବହୁତ ଖୁସି ହେବୁ। ନିରନ୍ତରତା ଅଭିଯାନରେ ଆମ ରାଜ୍ୟ ହେଉଛନ୍ତି ଚମ୍ପିଆନ୍ ଓ ଭାରତର ଏକ ଶ୍ରେଷ୍ଠ ବ୍ୟବସାୟ ସ୍ଥଳ ବୋଲି ସେ ଲେଖିଛନ୍ତି।

କିଏ କ’ଣ ଚାହୁଛି? 

ଟେସ୍‌ଲା

କାରଖାନା ସ୍ଥାପନ କରିବାର କୌଣସି ପ୍ରତିଶ୍ରୁତି ଦେଇହେବ ନାହିଁ। ଭାରତ ସରକାର ଆମଦାନି ଶୁଳ୍କ ୪୦% ପର୍ଯ୍ୟନ୍ତ ହ୍ରାସ କରନ୍ତୁ। ଟେସ୍‌ଲାର ବିଭିନ୍ନ ମଡେଲ୍‌ ଆମଦାନି କରି ଭାରତରେ ବିକ୍ରି କରିବୁ।

କେନ୍ଦ୍ର ସରକାର

ଯଦି ଟେସ୍‌ଲା ଭାରତରେ କାରଖାନା ସ୍ଥାପନ କରିବାର ପ୍ରତିଶ୍ରୁତି ଦେବ ତେବେ କିଛି ସୁବିଧା ଦିଆଯାଇପାରେ। ଅନ୍ୟଥା, ଘୋଷଣା କରାଯାଇଥିବା ପିଆଇଏଲ୍‌ ସ୍କିମ୍‌ର ଫାଇଦା କଂପାନି ଉଠାଇପାରିବ।

ସମ୍ବନ୍ଧିତ ଖବର