ନୂଆଦିଲ୍ଲୀ : ୨୦୧୯ର ଶେଷ ଆଡ଼କୁ ଟେଲିକମ୍ କଂପାନିଗୁଡ଼ିକ ଟାରିଫ୍ ମୂଲ୍ୟରେ ୪୦% ପର୍ଯ୍ୟନ୍ତ ବୃଦ୍ଧି ଘୋଷଣା କରିଥିଲେ। ଏହାର ପ୍ରଭାବରେ ତିନି ମାସିଆ ୪ଜି ପ୍ଲାନ୍ର ଦାମ୍ ପାଖାପାଖି ୨୦୦ ଟଙ୍କା ବଢ଼ିଯାଇଥିଲା। ୨୦୨୦ରେ ଏହି ସ୍ଥିତିରେ କୌଣସି ସୁଧାର ହେବାର ସମ୍ଭାବନା ନାହିଁ। ଯେହେତୁ ଟେଲିକମ୍ କ୍ଷେତ୍ରର ନିୟାମକ ସଂସ୍ଥା ଟ୍ରାଇ ପକ୍ଷରୁ ଇଣ୍ଟରକନେକ୍ଟ ୟୁସେଜ୍ ଚାର୍ଜ (ଆଇୟୁସି)କୁ ଶୂନ କରିବାର ସମୟ ସୀମାକୁ ୨୦୨୧ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି, ତେଣୁ ଅନ୍ୟ ନମ୍ବରକୁ ଆଉଟ୍ଗୋଇଙ୍ଗ୍ କଲ୍ କରିବା ବେଳେ ପଡ଼ୁଥିବା ୬ ପଇସାର ଶୁଳ୍କ କମିବ ନାହିଁ। ୨୦୨୦ରେ ୫ଜି ସ୍ପେକ୍ଟ୍ରମ୍ ନିଲାମ ହେବାର ସମ୍ଭାବନା ରହିଛି। ଏହା ଟେଲିକମ୍ ସେବା କ୍ଷେତ୍ରରେ ଏକ ନୂତନ ଦିଗନ୍ତ ସୃଷ୍ଟି କରିବ। କିନ୍ତୁ ବର୍ଷକ ଭିତରେ ଏହି ସେବା ଗ୍ରାହକଙ୍କ ପାଖରେ ପହଞ୍ଚିବାର ବହୁତ କମ୍ ସମ୍ଭାବନା ରହିଛି।
ନୂଆବର୍ଷ ୨୦୨୦ରେ ମହଙ୍ଗା ରହିବ ମୋବାଇଲ୍ ସେବା
/sambad/media/post_attachments/wp-content/uploads/2019/12/mob-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)