ଏହି ଶିଳ୍ପରେ ୨୦୨୨ ସୁଦ୍ଧା ସୃଷ୍ଟି ହେବ ୪୦ ଲକ୍ଷ ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ : କେନ୍ଦ୍ର କ୍ୟାବିନେଟ ଆଜି ଜାତୀୟ ଡିଜିଟାଲ କମ୍ୟୁନିକେସନ ନୀତି-୨୦୧୮ କୁ ମଂଜୁରୀ ଦେଇଛି । ଏହା ୨୦୧୨ର ଜାତୀୟ ଟେଲିକମ ନୀତି ବଦଳରେ ଲାଗୁ ହେବ । ୨୦୨୨ ସୁଦ୍ଧା ଟେଲିକମ କ୍ଷେତ୍ରରେ ପ୍ରାୟ ୧୦୦ ବିଲିୟନ ଡଲାର ପୁଞ୍ଜିନିବେଶ ଆକୃଷ୍ଟ କରିବା ଓ ପ୍ରାୟ ୪୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା । ଏ ସଂପର୍କରେ ସୂଚନ ଦେଇ କେନ୍ଦ୍ର ଟେଲିକମ ମନ୍ତ୍ରୀ ମନୋଜ ସିହ୍ନା କହିଛନ୍ତି ଯେ ବିଶ୍ୱ ସ୍ତରରେ ଯୋଗାଯୋଗ କ୍ଷେତ୍ର ଅତି ଦ୍ରୁତ ଗତିରେ ବଦଳୁଛି । ୫ଜି, ଇଣ୍ଟରନେଟ ଅଫ ଥିଙ୍କସ, ମେସିନ-ଟୁ-ମେସିନ କମ୍ୟୁନିକେସ ଆଦି ନୂଆ ନୂଆ ଟେକନଲୋଜୀ ଆସିଛି । ଏହାକୁ ଦୃଷ୍ଟିରେ ରଖି ପୁରୁଣା ଟେଲିକମ ନୀତି ବଦଳାଇବାର ଆବଶ୍ୟକତା ଥିଲା ବୋଲି ସେ କହିଛନ୍ତି । ଏହି ନୀତିରେ ରଖାଯାଇଥିବା ଲକ୍ଷ୍ୟ ଅନୁସାରେ ସମସ୍ତଙ୍କୁ ବ୍ରଡବ୍ୟାଣ୍ଡ ସେବା ଯୋଗାଇବା, ଗ୍ଲୋବାଲ ଆଇସିଟି ର‍୍ୟାଙ୍କିଙ୍ଗରେ ଭାରତର ସ୍ଥାନରେ ଉନ୍ନତି ଆଣିବା ଲାଗି ଉଦ୍ୟମ କରାଯିବ ।

ସମ୍ବନ୍ଧିତ ଖବର