ନୂଆଦିଲ୍ଲୀ: ଲୋକମାନେ ଅତି ସହଜରେ ହ୍ବାଟସ୍ଆପ୍, ଜୁମ୍, ସ୍ପାଇପେ, ଗୁଗୁଲ୍ ଡୁଓ ଆଦିକୁ ବ୍ୟବହାର କରି ଭଏସ୍ କଲ୍ ଓ ଭିଡିଓ କଲ୍ର କରିପାରୁଛନ୍ତି। ଇଣ୍ଟରନେଟ୍ ସଂଯୋଗ ଜରିଆରେ ଏହି କଲ୍ଗୁଡ଼ିକ ସମ୍ଭବ ହେଉଛି। ଏହି ସେବା ପ୍ରଦାନ କରୁଥିବା କଂପାନିଗୁଡ଼ିକ ପାଇଁ ବର୍ତ୍ତମାନ କୌଣସି ଲାଇସେନ୍ସର ବ୍ୟବସ୍ଥା ନାହିଁ। କିନ୍ତୁ ଆଗାମୀ ଦିନରେ ସେବା ଜାରି ରଖିବାକୁ ହେଲେ ସେମାନଙ୍କୁ ସରକାରଙ୍କଠାରୁ ଲାଇସେନ୍ସ ନେବାକୁ ପଡ଼ିବ। ଆଜି ଜାରି କରାଯାଇଥିବା ଚିଠା ଭାରତୀୟ ଟେଲିକମ୍ ବିଲ୍ ୨୦୨୨ରେ ଏଥିପାଇଁ ବ୍ୟବସ୍ଥା ରହିଛି। ନେଟ୍ଫ୍ଲିକ୍ସ, ଆମାଜନ ପ୍ରାଇମ୍, ଜି୫, ହଟ୍ଷ୍ଟାର୍ ଭଳି ଓଭର ଦି ଟପ୍ (ଓଟିଟି) ପ୍ଲାଟଫର୍ମଗୁଡ଼ିକୁ ମଧ୍ୟ ଟେଲିକମ୍ ସେବା ଅନ୍ତର୍ଭୁକ୍ତ କରିବା ଲାଗି ବିଲ୍ରେ ବ୍ୟବସ୍ଥା ରହିଛି। ଭାରତୀୟ ଟେଲିକମ୍ ବିଲ୍ ୨୦୨୨ର ଲିଙ୍କ୍କୁ ସୋସିଆଲ୍ ମିଡିଆରେ ସେୟାର କରି ତାହା ଉପରେ ସାଧାରଣ ଜନତାଙ୍କ ମତାମତ ଲୋଡ଼ିଛନ୍ତି ଟେଲିକମ୍ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଅକ୍ଟୋବର ୨୦ ସୁଦ୍ଧା ଚିଠା ବିଲ୍ ଉପରେ ମତାମତ ଦେଇହେବ।
ଟେଲିକମ୍ ସେବାରେ ସାମିଲ ହେବ ଓଟିଟି: ଇଣ୍ଟରନେଟ୍ କଲ୍ ପାଇଁ କମ୍ପାନିଙ୍କୁ ଦରକାର ପଡ଼ିବ ଲାଇସେନ୍ସ
/sambad/media/post_attachments/wp-content/uploads/2021/03/ott_platform.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)