ନୂଆଦିଲ୍ଲୀ: ମେସେଜିଂ ଆପ୍ ଟେଲିଗ୍ରାମ୍‌ର ପ୍ରତିଷ୍ଠାତା ଓ ସିଇଓ ପାଭେଲ୍‌ ଦୁରୋଭ୍‌ଙ୍କୁ ଗତକାଲି ଫ୍ରାନ୍ସରେ ଗିରଫ କରାଯାଇଥିବା ବେଳେ ଭାରତରେ ଏହି ଆପ୍‌ ନିଷିଦ୍ଧ ହେବାର ଆଶଙ୍କା ଦେଖାଦେଇଛି। ଜୁଆ ଓ ମୁଣ୍ଡଜାମିନ ଭଳି ବେଆଇନ କାର୍ଯ୍ୟରେ ଏହି ଆପ୍ ବ୍ୟବହାର କରାଯାଉଥିବା ଅଭିଯୋଗ ରହିଛି। କେନ୍ଦ୍ର ସରକାରଙ୍କ ଗୃହ ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ ତାହାର ତଦନ୍ତ କରୁଛନ୍ତି। ଯଦି କମ୍ପାନି ବି‌ରୋଧରେ କିଛି ପ୍ରମାଣ ମିଳିତ ତେବେ ତାହାକୁ ନିଷିଦ୍ଧ କରାଯିବ। ତେବେ ଭାରତ ସରକାର ଜାରି କରିଥିବା ନୂଆ ଆଇଟି ନିୟମକୁ ଟେଲିଗ୍ରାମ୍‌ ପାଳନ କରୁଛି। ଏହା ନୋଡାଲ୍‌ ଅଧିକାରୀ, ଚିଫ୍ କମ୍ପ୍ଲାଏନ୍ସ ଅଫିସର ନିଯୁକ୍ତ କରିଥିବା ବେଳେ ପ୍ରତି ମାସରେ ଏହା ଗ୍ରହଣ କରୁଥିବା କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମଧ୍ୟ ଦାଖଲ କରୁଛି। 

Advertisment

ଟେଲିଗ୍ରାମ୍‌ ସିଇଓ ଶ୍ରୀ ଦୁରୋଭ ଗିରଫ ହେବା ପରେ ଏହି ଆପ୍‌କୁ ନେଇ ବିଭିନ୍ନ ପ୍ରକାର କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଆପ୍‌କୁ ଆପ୍‌‌ ଷ୍ଟୋର୍‌ରୁ ହଟାଇ ଦିଆଯିବ ବୋଲି ଅପପ୍ରଚାର ହେଉଥିବା ବେଳେ କିଛି ଲୋକ ଦାବି କରୁଛନ୍ତି ଯେ ସ୍ମାର୍ଟଫୋନ୍‌ରୁ ତାହା ଆପେ ଉଡ଼ିଯିବ। ଏଭଳି ଦାବିର କୌଣସି ସତ୍ୟତା‌ ନଥିବା ଜଣାପଡ଼ିଛି। ଦୁରୋଭଙ୍କୁ ଗିରଫ କରାଯିବା ପରେ ୯୬ ଘଣ୍ଟା ପର୍ଯ୍ୟନ୍ତ ଜେରା କରାଯାଇଥିବା ଜଣାପଡ଼ିଛି।