ହାଇଦ୍ରାବାଦ: ତେଲେଙ୍ଗାନା ସରକାର ରାଜ୍ୟର ଏହାର ଚାଷୀମାନଙ୍କୁ ବର୍ଷକୁ ଏକର ପିଛା ୮୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରିବ। ଖରିଫ ଋୁତରେ ଚାରି ହଜାର ଓ ରବି ଋତୁ ପାଇଁ ଚାରି ହଜାର ଟଙ୍କା ଦିଆଯିବ ବୋଲି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଘୋଷଣା କରିଛନ୍ତି। ସେହି ଟଙ୍କାକୁ ଚାଷୀମାନେ ଚାଷ ଖର୍ଚ ଓ ସାର କିଣାକିଣି ଆଦିରେ ବ୍ୟବହାର କରିବେ। ଇନ୍୍ପୁଟ୍ ସବ୍ସିଡି ଆକାରରେ ଏହି ଅର୍ଥରାଶି ଚାଷୀଙ୍କୁ ପ୍ରଦାନ କରାଯିବ। ରାଇଥୁ ବନ୍ଧୁ ନାମରେ ଏହି କାର୍ଯ୍ୟକ୍ରମ ଲାଗୁ କରାଯାଇଛି। ସରକାର ଚାଷୀମାନଙ୍କ ମଧ୍ୟରେ ୫୭ ଲକ୍ଷ ୩୩ ହଜାର ପାସ୍ବୁକ୍ ବଣ୍ଟନ କରିବେ। ଏସ୍ବିଆଇ ସମେତ ୮ଟି ବ୍ୟାଙ୍କ ଜରିଆରେ ଚାଷୀଙ୍କୁ ପାଣ୍ଠି ଦିଆଯିବ। ଏହି ସ୍କିମ୍ ପାଇଁ ରାଜ୍ୟ ସରକାର ବଜେଟ୍ରେ ୧୨ ହଜାର କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି।