କୋଇଲା ସଙ୍କଟ ସମାଧାନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ୧୦ଟି ଶିଳ୍ପ ସଂଘର ନିବେଦନ

ଭୁବନେଶ୍ବର: ଉତ୍ପାଦନ କ୍ଷେତ୍ରର ଅନେକ ଶିଳ୍ପ, ଏମ୍‌ଏମ୍‌ଏମ୍‌ଇ ଏବଂ ସିପିପି ଭିତ୍ତିକ ଶିଳ୍ପଗୁଡ଼ିକ ଦୀର୍ଘଦିନ ହେଲା କୋଇଲା ଅଭାବଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଏସବୁ କ୍ଷେତ୍ରର ୧୦ଟି ଶିଳ୍ପସଂଘ ମିଳିତଭାବେ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ଅଣ ନିୟନ୍ତ୍ରିତ କ୍ଷେତ୍ରରେ ଦେଖାଦେଇଥିବା କୋଇଲା ଅଭାବର ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଭାବେ ଜରୁରୀକାଳୀନ ଭିତ୍ତିରେ ହସ୍ତକ୍ଷେପ କରିବାକୁ ଏମାନେ ଦାବି କରିଛନ୍ତି। ୨୦୨୧ ସେପ୍ଟେମ୍ବରରେ ଏକାଧିକ କଟକଣା ଲାଗୁ ଯୋଗୁଁ ଏସବୁ ଶିଳ୍ପ କମ୍ କୋଇଲା ପାଉଛନ୍ତି। ଏଥିଯୋଗୁ ସିମେଣ୍ଟ, ଇସ୍ପାତ, ସ୍ପଞ୍ଜ ଆଇନର, ଆଲୁମିନିୟମ, କେମିକାଲ, ବୟନ ଶିଳ୍ପ ଆଦି କ୍ଷେତ୍ରର ଏକାଧିକ ଏମଏମଏମଇ ଏବଂ ସିପିପି ଭିତ୍ତିକ କାରଖାନାଗୁଡ଼ିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରଧାନମନ୍ତ୍ରୀଙ୍କ ହସ୍ତ‌କ୍ଷେପ ଦ୍ବାରା ସମସ୍ୟାର ସମାଧାନ ହୋଇପାରିବ ବୋଲି ସେମାନେ ଆଶାବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର