ମୁମ୍ବାଇ,: ସରକାର ତାଙ୍କର କଳାଧନ ବାହାର କରିବା ଅଭିଯାନ ଜାରି ରଖିଛନ୍ତି। ବିମୁଦ୍ରୀକରଣ ପରେ ବ୍ୟାଙ୍କରେ ଟଙ୍କା ଜମା କରିଥିବା ୧୦ ହଜାର ବ୍ୟକ୍ତିଙ୍କୁ ଆୟକର ବିଭାଗ ଏ ନେଇ ନୋଟିସ ପଠାଇଛି। ବେନାମୀ ସମ୍ପତ୍ତି ଆଇନ ଅନୁଯାୟୀ ଏହି ନୋଟିସ ପଠାଯାଇଥିବା ବେଳେ ବିଭାଗ ପକ୍ଷରୁ ଜମାକାରୀମାନଙ୍କୁ ସେମାନଙ୍କ ଆୟର ଉତ୍ସର ବିସ୍ତୃତ ରିପୋର୍ଟ େଦବା ପାଇଁ କୁହାଯାଇଛି। ୨୦୧୬ ନଭେମ୍ବର ୮ ତାରିଖରେ ସରକାର ଅଚଳ କରିଥିବା ପାଞ୍ଚ ଶହ ଏବଂ ହଜାରେ ଟଙ୍କିଆ ନୋଟର ଜମାକୁ ବିଶ୍ଳେଷଣ କରି ଆୟକର ବିଭାଗ ଏହି ନୋଟିସ ପଠାଇଛି। ଆୟକର ବିଭାଗ ଏହାର ଅଭିଯାନକୁ ଏତିକିରେ ସୀମିତ ରଖିବ ନାହିଁ। ଆଗାମୀ ଦିନରେ ଆହୁରି ଅଧିକ ଲୋକଙ୍କୁ ଏଭଳି ନୋଟିସ ପଠାଇବ ବୋଲି ଜଣାଯାଇଛି। କେବଳ ଆୟକର ବିଭାଗ ନୁହେଁ, ସରକାରଙ୍କ ଅନ୍ୟାନ୍ୟ ସଂସ୍ଥା ମଧ୍ୟ ଭବିଷ୍ୟତରେ ସେମାନଙ୍କ ତଦନ୍ତ କାର୍ଯ୍ୟରେ ଏହି ଜମା ଟଙ୍କାର ତଥ୍ୟକୁ ବ୍ୟବହାର କରିପାରିବେ। ଆୟକର ବଭାଗ ଯେଉଁସବୁ ଜମାକୁ ବେନାମୀ ସମ୍ପତ୍ତି ବୋଲି ସନ୍ଦେହ କରୁଛି ସେ କ୍ଷେତ୍ରରେ ନୋଟିସ ପଠାଉଛି। ଡାଟା ଆନାଲିଟିକ୍ସକୁ ଉପଯୋଗ କରି ଆୟକର ବିଭାଗ ଏଭଳି ନୋଟିସ ପଠାଉଥିବା କୁହାଯାଉଛି।
୧୦ ହଜାର ଜମାକାରୀଙ୍କୁ ଆୟକର େନାଟିସ
/sambad/media/post_attachments/wp-content/uploads/2018/10/incometax_1280-770x433.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)