ନୂଆଦିଲ୍ଲୀ: ଇରାନ୍-ଆମେରିକା ଯୁଦ୍ଧ ପ୍ରଭାବରେ ହର୍ମୁଜ ପ୍ରଣାଳୀ ଦେଇ ତୈଳ ଉତ୍ପାଦନକାରୀ ରାଷ୍ଟ୍ରଗୁଡ଼ିକରୁ ରପ୍ତାନି ବାଧାପ୍ରାପ୍ତ ହୋଇଛି। ଫଳରେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବା ସହ ଯୋଗାଣ ହ୍ରାସ ପାଇଛି। ଫଳରେ ଭାରତରେ ତୈଳ ସଂକଟ ଆଶଙ୍କା ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଏହି ସଂକଟକୁ ମୁକାବିଲା କରିବା ପାଇଁ ଭାରତ ସମର୍ଥ ବୋଲି ଜଣାପଡ଼ିଛି।

Advertisment

ଦେଶରେ ଗଚ୍ଛିତ ଥିବା ତୈଳ ବେଶ୍‌ କିଛି ଦିନର ଚାହିଦା ମେଣ୍ଟାଇ ପାରିବ ବୋଲି କୁହାଯାଉଛି। ଏହାଛଡ଼ା ଏବେ ଋଷ୍‌ରୁ ତେଲ ଆମଦାନି କରାଯାଉଥିବାବେଳେ ତୈଳ ସଂକଟର ମୁକାବିଲା ପାଇଁ ଭାରତ ବିଳକ୍ପ ବାଟ ଅନୁସଂଧାନ କରୁଥିବା ଜଣାପଡ଼ିଛି। ଭାରତୀୟ ତୈଳ ବିଶୋଧନ ପ୍ରକଳ୍ପଗୁଡ଼ିକରେ ଯଥେଷ୍ଟ ଅଶୋଧିତ ତୈଳ ମହଜୁଦ ଥିବା ସରକାରୀ ସୂତ୍ରକୁ ଭିତ୍ତି କରି ଖବର ପ୍ରସାରିତ ହୋଇଛି।

ଅଶୋଧିତ ତୈଳ, ତୈଳ ଉତ୍ପାଦ ଓ ଏଲ୍‌ପିଜି ଯୋଗାଣ କ୍ଷେତ୍ରରେ ଏବେ ପର୍ଯ୍ୟନ୍ତ କୌଣସି ପ୍ରତିବନ୍ଧକ ଉପୁଜି ନଥିବା କୁହାଯାଇଛି। ସରକାର ଆନ୍ତର୍ଜାତିକ ଦୃଶ୍ୟପଟ ଉପରେ ନଜର ରଖି ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ଆବଶ୍ୟକ ପଡ଼ିଲେ ନୂତନ ଜାଗାରୁ ତୈଳ ଆମଦାନି କରାଯିବ ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: War: ତେଲ, ସୁନା, ବିମାନ ବଜାରକୁ ଅସ୍ଥିର କରିବ ଯୁଦ୍ଧ: ପେଟ୍ରୋଲ୍‌, ଡିଜେଲ୍‌ ଦାମ୍‌ ବଢ଼ିବ!

ତେବେ ରାଷ୍ଟ୍ରାୟତ୍ତ ମାଙ୍ଗୋଲୋର ତୈଳ ବିଶୋଧନ ପ୍ରକଳ୍ପ (ଏମଆର୍‌ପିଏଲ୍‌) ଏବେ ସୁଦ୍ଧା ବନ୍ଦ କରାଯାଇ ନଥିବା ଜଣାପଡ଼ିଛି। ଏ ନେଇ ଜାତୀୟ ସ୍ତରରେ ପ୍ରକାଶିତ ଗଣମାଧ୍ୟମ ରିପୋର୍ଟକୁ ସରକାର ଖଣ୍ଡନ କରିଛନ୍ତି। ରନ୍ଧନ ଗ୍ୟାସ୍‌ ବା ଏଲ୍‌ପିଜି ଉତ୍ପାଦନ ବୃଦ୍ଧି କରିବା ପାଇଁ ରାଷ୍ଟ୍ରାୟତ୍ତ ତୈଳ କଂପାନିଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। କଂପାନିଗୁଡ଼ିକ ସେମାନଙ୍କର କଞ୍ଚାମାଲ ସୁଚିନ୍ତିତ ଭାବେ ବିନିଯୋଗ କରି ଏଲପିଜି ଉତ୍ପାଦନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।