ଭାରତରେ ‘ଟେସ୍‌ଲା’କାର୍‌

ମୁମ୍ବାଇ: ଶେଷରେ ଭାରତକୁ ଆମେରିକାର ଇଲେକ୍‌ଟ୍ରିକ୍‌ କାର୍‌ କମ୍ପାନି ଟେସ୍‌ଲାର ଏକ ‘ମଡେଲ୍‌ ଏକ୍ସ’ କାର ଆସିଛି। ନୀଳ ରଙ୍ଗର ଏହି କାର୍‌ଟିକୁ ମୁମ୍ବାଇର ଗ୍ରିନ୍‌ଓ୍ଵିଚ୍‌ ମେରିଡିଆନ୍‌ ଲଜିଷ୍ଟିକ୍ସ ପକ୍ଷରୁ ଆମଦାନୀ କରାଯାଇଛି। ଉକ୍ତ କାର୍‌ଟି ମଡେଲ ଏକ୍ସର ୭୫ଡି ଭାରିଆଣ୍ଟ ଭଳି ଦେଖାଯୋଉଛି। ଏହି କାରଟି ଘରୋଇଭାବେ ଆମଦାନି କରାଯାଇଛି କିମ୍ବା ଏଠାକୁ ଟେଷ୍ଟିଂ ପାଇଁ ଆସିଛି ତାହା ସ୍ପଷ୍ଟ ହୋଇନାହିଁ। ଗତବର୍ଷ ଟେସ୍‌ଲା ଭାରତୀୟମାନଙ୍କୁ ମଡେଲ ୩ କାର ବୁକ୍‌ କରିବା ସୁବିଧା ଯୋଗାଇ ଦେଇଥିଲା। କିନ୍ତୁ ଭାରତକୁ ଏହା କେବେ ଆସିବ ସେ ନେଇ କିଛି ସ୍ପଷ୍ଟ କରି ନଥିଲା।

ସମ୍ବନ୍ଧିତ ଖବର