ମୁମ୍ବାଇ : ଏଲନ ମସ୍କଙ୍କ କମ୍ପାନି ଟେସଲା ଭାରତୀୟ ବଜାରରେ ପ୍ରବେଶ କରିସାରିଛି । କମ୍ପାନି ପକ୍ଷରୁ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଏକ ସୋରୁମ ଖୋଲିଛି । ଏବେ କମ୍ପାନିର ଓ୍ବାଇ ମଡେଲ କାର ମୁମ୍ବାଇରେ ଲଞ୍ଚ୍ ହୋଇଛି । ଆସନ୍ତୁ ଜାଣିବା ଏହାର ମୂଲ୍ୟ କେତେ ?
ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପେକ୍ସରେ ଟେସଲା ସୋରୁମ ମଙ୍ଗଳବାର ଉଦଘାଟିତ ହୋଇଛି । ଏହାକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବୀସ ଉଦଘାଟନ କରିଛନ୍ତି । ଏହି ଅବସରରେ ଫଡନାବୀସ କହିଛନ୍ତି ଯେ ଟେସଲା ଭାରତରେ ନିଜ ଟେକନଲୋଜୀର ଗବେଷଣା କରିବା ସହ ଏକ ଉତ୍ପାଦନ କେନ୍ଦ୍ର ମଧ୍ୟ ସ୍ଥାପନ କରିବା ଉଚିତ ।
ମୁମ୍ବାଇରେ ଟେସଲା ଓ୍ବାଇ ମଡେଲର ମୂଲ୍ୟ ୬୯,୭୭୦ ଡଲାର ବା ୬୦ ଲକ୍ଷ ଟଙ୍କା ରହିଛି । ତେବେ ଅନ୍ୟ ମଡେଲ ଗୁଡ଼ିକର ମୂଲ୍ୟ ଘୋଷଣା କରାଯାଇନାହିଁ । ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପେକ୍ସରେ ଟେସଲା ସୋରୁମ ମଙ୍ଗଳବାର ଉଦଘାଟିତ ହୋଇଛି । ଏହାକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବୀସ ଉଦଘାଟନ କରିଛନ୍ତି । ଏହି ଅବସରରେ ଫଡନାବୀସ କହିଛନ୍ତି ଯେ ଟେସଲା ଭାରତରେ ନିଜ ଟେକନଲୋଜୀର ଗବେଷଣା କରିବା ସହ ଏକ ଉତ୍ପାଦନ କେନ୍ଦ୍ର ମଧ୍ୟ ସ୍ଥାପନ କରିବା ଉଚିତ ।
ସୂଚନାଯୋଗ୍ୟ ଯେ ଭାରତରେ ଟେସଲାର କୌଣସି ଉତ୍ପାଦନ କେନ୍ଦ୍ର ନାହିଁ । କମ୍ପାନି ଚୀନରେ କାର ନିର୍ମାଣ କରି ସେଠାରୁ ଆମଦାନୀ କରି ଭାରତରେ ବିକ୍ରି କରିବ । ଚୀନରେ ଟେସଲାର ବୃହତ୍ ଉତ୍ପାଦନ କେନ୍ଦ୍ର ରହିଛି ।