ନୂଆଦିଲ୍ଲୀ: ବିବାଦୀୟ ଟୁଇଟ୍ ପାଇଁ ପରିଚିତ ଇଲେକ୍ଟ୍ରିକ୍ ଯାନ ନିର୍ମାତା ଟେସ୍ଲାର ମୁଖ୍ୟ ଏଲନ୍ ମସ୍କ ଆଜି ମାଇକ୍ରୋସଫ୍ଟ ମୁଖ୍ୟ ବିଲ୍ ଗେଟସ୍ ନାମରେ ବିବାଦୀୟ ଟୁଇଟ୍ କରିଛନ୍ତି। ସେ ଲେଖିଥିଲେ, ବିଲ୍ ଗେଟସ୍ ଓ ମୁଁ ପ୍ରେମିକ ବୋଲି ଯେଉଁ ଗୁଜବ ପ୍ରଚାର ହେଉଛି ସେଥିରେ କୌଣସି ସତ୍ୟତା ନାହିଁ। ଏହି ଟୁଇଟ୍ ପରେ କିଛି ଲୋକ ମସ୍କଙ୍କୁ ସମଲିଙ୍ଗୀ ବୋଲି କହିଥିଲେ। ମାତ୍ର ଏହି ଟୁଇଟ୍ ବିଲ୍ ଗେଟସ୍ଙ୍କ ପ୍ରତି ଏକ ପରୋକ୍ଷ ସମାଲୋଚନା ଥିଲା ବୋଲି ଏବେ ଜଣାପଡ଼ିଛି। କିଛି ଦିନ ତଳେ କରୋନାକୁ ନେଇ ଏଲନ୍ ବେପରୁଆ ମନ୍ତବ୍ୟ ଦେଇଥିଲେ ଯାହାକୁ ବିଲ୍ ଗେଟସ୍ ନିନ୍ଦା କରିବା ସହ ଇଲେକ୍ଟ୍ରିକ୍ ଗାଡ଼ି ନିର୍ମାଣ ଓ ରକେଟ୍ ତିଆରିରେ ମନୋନିବେଶ କରିବାକୁ ଏଲନ୍ଙ୍କୁ କହିଥିଲେ। ସେହି ମନ୍ତବ୍ୟର ଜବାବ ସ୍ବରୂପ ଏଲନ୍ ଆଜି ଏହି ଟୁଇଟ୍ କରିଛନ୍ତି।
ବିଲ୍ ଗେଟସ୍ଙ୍କୁ ନେଇ ଟେସଲା ମୁଖ୍ୟଙ୍କ ବିବାଦୀୟ ଟୁଇଟ୍
/sambad/media/post_attachments/wp-content/uploads/2020/07/bill-gates-and-elon-musk.jpg)