ନିକଟ ଭବିଷ୍ୟତରେ ଭାରତରେ ଉପଲବ୍ଧ ହୋଇନପାରେ ଟେସଲା କାର, କାରଣ ଜାଣନ୍ତୁ

ନୂଆଦିଲ୍ଲୀ : ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ କମ୍ପାନି ଟେସଲା ଦ୍ବାରା ନିର୍ମିତ ଇଲେକ୍ଟ୍ରିକ କାର ନିକଟ ଭବିଷ୍ୟତର ଭାରତରେ ଉପଲବ୍ଧ ହେବାର ସମ୍ଭାବନା ନାହିଁ । ଟିକସ ଓ ଭାରତରେ ଉତ୍ପାଦନ ପ୍ରସଙ୍ଗକୁ ନେଇ ଭାରତ ସରକାର ଓ କମ୍ପାନି ମଧ୍ୟରେ କୌଣସି ସହମତି ହୋଇପାରୁନାହିଁ ।

ଭାରତ ସରକାରଙ୍କ ପିଏଲଆଇ (ପ୍ରଡକ୍ସନ ଲିଙ୍କଡ ଇନସେଣ୍ଟିଭ) ସ୍କିମ ପାଇଁ ଟେସଲା ଆବେଦନ କରିନାହିଁ । ଭାରତରେ ଅତ୍ୟାଧୁନିକ ଅଟୋମୋବାଇଲ ଟେକନଲୋଜୀ ଓ ଇଲେକ୍ଟ୍ରିକ ଭେହିକ୍ଲ ଟେକନଲୋଜୀର ଗବେଷଣା, ବିକାଶ ଓ ଉତ୍ପାଦନକୁ ପ୍ରେତ୍ସାହନ ଦେବା ଉଦ୍ଦେଶ୍ୟରେ ସରକାର ୪୪ ହଜାର କୋଟି ଟଙ୍କାର ଏହି ସ୍କିମ ଘୋଷଣା କରିଛନ୍ତି । କିନ୍ତୁ ଟେସଲା ଏହି ସ୍କିମ ପାଇଁ ଆବେଦନ କରି ନାହିଁ । ଏହାର ଅର୍ଥ ହେଉଛି କମ୍ପାନି ଭାରତରେ ନିଜର କାର ଉତ୍ପାଦନ କରିବାକୁ ଆଦୌ ଇଚ୍ଛୁକ ନୁହେଁ । କିନ୍ତୁ ସରକାର ମେକ ଇନ ଇଣ୍ଡିଆ ଉପରେ ଗୁରୁତ୍ବ ଦେଉଥିବାରୁ ଟେସଲାକୁ ଅନୁମତି ଦେଉନାହାନ୍ତି ।

ସୂଚନାଯୋଗ୍ୟ ଯେ, ଟେସଲା ସଂପୂର୍ଣ୍ଣ ବିଦେଶରେ ନିର୍ମିତ କାର ଭାରତକୁ ଆମଦାନୀ କରିବାକୁ ଚାହୁଁଛି । ଏଥିପାଇଁ ୧୦୦ ପ୍ରତିଶତ ଟିକସ ରିହାତି ଚାହୁଁଛି । କିନ୍ତୁ ସରକାରଙ୍କ ନୀତି ଅନୁସାରେ ବିଦେଶରେ ଆଂଶିକ ନିର୍ମିତ ଇଲେକ୍ଟ୍ରିକ କାର ଆମଦାନୀ କରି ଭାରତରେ ଆସେମ୍ବଲ କରିବା ଉପରେ ଟିକସ ରିହାତି ଦିଆଯାଉଛି ।

ସମ୍ବନ୍ଧିତ ଖବର