ଟେସଲାକୁ ସ୍ବାଗତ, କିନ୍ତୁ ଚୀନରେ ଉତ୍ପାଦନ କରି ଭାରତରେ ବିକିବା ଠିକ ନୁହେଁ : ଗଡ଼କରି

ନୂଆଦିଲ୍ଲୀ : ଟେସଲାକୁ ଭାରତକୁ ସ୍ବାଗତ । କିନ୍ତୁ ଏହି କମ୍ପାନି ଯଦି ଚୀନରେ କାର ନିର୍ମାଣ କରି ଭାରତରେ ବିକିବାକୁ ଚାହୁଁଛି ତେବେ ତାହା ଠିକ ନୁହେଁ ବୋଲି କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରି କହିଛନ୍ତି ।

ଏକ ଜାତୀୟ ସ୍ତରର ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ, ଟେସଲାକୁ ଭାରତକୁ ସ୍ବାଗତ, କିନ୍ତୁ ଚୀନରେ ନିର୍ମାଣ କରି ଭାରତରେ ବିକିବା କଥା ଠିକ ଭାବେ ହଜମ ହେଉନାହିଁ ।

ଟେସଲା ଭାରତକୁ ଆସିଲେ ଆମର କିଛି ସମସ୍ୟା ନାହିଁ । ଭାରତ ବିଶ୍ବର ଏକ ବୃହତ୍ ଅଟୋମୋବାଇଲ ବଜାର । ଏଠାରେ ବିଏମଡବ୍ଲୁ, ମର୍ସିଡିଜ, ହ୍ୟୁଣ୍ଡାଇ, ଭୋଲଭୋ, ସୁଜୁକୀ,ହୋଣ୍ଡା ପରି ବିଶ୍ବର ନାମୀ ଅଟୋମୋବାଇଲ ବ୍ରାଣ୍ଡ ଅଛନ୍ତି । ଏହାର ବାର୍ଷିକ ଟର୍ଣ୍ଣଓଭର ପ୍ରାୟ ସାଢେ ୭ ଲକ୍ଷ କୋଟି ଟଙ୍କା । ଏଣୁ ଏହା ଏକ ବଡ଼ ବଜାର ।

ଏଲନ ମସ୍କଙ୍କ ଯୋଜନା ହେଉଛି ଚୀନରେ ଉତ୍ପାଦନ କରି ଭାରତରେ ବିକିବା । ଆମେ ତାଙ୍କୁ ଅନୁରୋଧ କରୁଛୁ କି ଭାରତରେ ସବୁ ସୁବିଧା ରହିଛି, ଏଠାରେ ସେ ଉତ୍ପାଦନ କରନ୍ତୁ ।

ସୂଚନାଯୋଗ୍ୟ ଯେ, ଟେସଲା ସଂପୂର୍ଣ୍ଣ ବିଦେଶରେ ନିର୍ମିତ କାର ଭାରତକୁ ଆମଦାନୀ କରିବାକୁ ଚାହୁଁଛି । ଏଥିପାଇଁ ୧୦୦ ପ୍ରତିଶତ ଟିକସ ରିହାତି ଚାହୁଁଛି । କିନ୍ତୁ ସରକାରଙ୍କ ନୀତି ଅନୁସାରେ ବିଦେଶରେ ଆଂଶିକ ନିର୍ମିତ ଇଲେକ୍ଟ୍ରିକ କାର ଆମଦାନୀ କରି ଭାରତରେ ଆସେମ୍ବଲ କରିବା ଉପରେ ଟିକସ ରିହାତି ଦିଆଯାଉଛି ।

ସମ୍ବନ୍ଧିତ ଖବର