ନୂଆଦିଲ୍ଲୀ: ଦେଶର ଦ୍ରୁତ ଅଭିବୃଦ୍ଧିଶୀଳ ବ୍ୟାଟେରି କଂପାନି ଟେସ୍ଲା ପାୱାର ୟୁଏସ୍ଏ ପକ୍ଷରୁ ୨୦୨୫ ସୁଦ୍ଧା ଭାରତରେ ୫୦୦୦ ଦୁଇ ଚକିଆ ଇଲେକ୍ଟ୍ରିକ ଯାନ ଚାର୍ଜିଂ ଷ୍ଟେସନ ‘ଟେସ୍ଲା ପାୱାର ସପ୍’ ସ୍ଥାପନ କରାଯିବ। ‘ଇଣ୍ଡିଆ ବିଜନେସ୍ ମିଟ୍’ ଅବସରରେ କଂପାନିର ଅଧିକାରୀମାନେ ଏହି ଘୋଷଣା କରିଛନ୍ତି। ଏହି ଅବସରରେ କଂପାନିର ଏମ୍ଡି ଓ ଗ୍ଲୋବାଲ୍ ସିଇଓ ଜନ୍ ଏଚ୍ ବ୍ରଟ୍ସିନାସ୍, ଭାରତୀୟ ବ୍ୟବସାୟର ଏମ୍ଡି କବିନ୍ଦର ଖୁରାନା ଓ ବ୍ୟବସାୟ ମୁଖ୍ୟ ସନ୍ଦୀପ ଅୱସ୍ତି ଉପସ୍ଥିତ ଥିଲେ। ବର୍ତ୍ତମାନ ସାରା ଦେଶରେ ଟେସ୍ଲା ପାୱାର ୟୁଏସ୍ଏର ୨୦ରୁ ଅଧିକ ରାଜ୍ୟରେ ୨୫୦ରୁ ଅଧିକ ଟେସ୍ଲା ପାୱାର ସପ୍ ରହିଛି। ଏହା ବ୍ୟତୀତ କଂପାନିର ୨୦୦ରୁ ଅଧିକ ବିତରକ ମଧ୍ୟ ରହିଛନ୍ତି। ନୂତନ ଭାବେ ସ୍ଥାପନ ହେବାକୁ ଥିବା ଚାର୍ଜିଂ ଷ୍ଟେସନଗୁଡ଼ିକ ଦେଶରେ ଇଲେକ୍ଟ୍ରିକ୍ ଯାନ ଗ୍ରହଣୀୟତା ବଢ଼ାଇବାରେ ସହାୟକ ହେବ ବୋଲି କଂପାନି ପକ୍ଷରୁ କୁହାଯାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp