ଟେସ୍‌ଲାର ୬.୯ ବିଲିଅନ ଡଲାର ସେୟାର ବିକିଲେ ମସ୍କ

ୱାସିଂଟନ: ଆମେରିକାର ବିଦ୍ୟୁତ କାର କମ୍ପାନି ଟେସ୍‌ଲାର ପ୍ରତିଷ୍ଠାତା ଏଲନ ମସ୍କ ୬.୯ ବିଲିଅନ ଡଲାର ମୂଲ୍ୟର ସେୟାର ବିକ୍ରି କରିଛନ୍ତି। ଏକ ଟ୍ରଷ୍ଟରେ ଥିବା ପ୍ରାୟ ୪.୨ ନିୟୁତ ସେୟାର ସମେତ ୫.୧ ନିୟୁତ ସେୟାର ସେ ଗତ ସପ୍ତାହକ ମଧ୍ୟରେ ବିକିଛନ୍ତି। ଏଥିଯୋଗୁ କମ୍ପାନିର ସେୟାର ମୂଲ୍ୟ ଉପରେ ବଡ଼ ଧରଣର ପ୍ରଭାବ ପଡ଼ିଛି। ଗତ ସପ୍ତାହକ ମଧ୍ୟରେ କମ୍ପାନିର ସେୟାର ମୂଲ୍ୟ ୧୫.୪ ପ୍ରତିଶତ ହ୍ରାସ ପାଇଛି। ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ଟେସଲାର ମୋଟ ବଜାର ପୁଞ୍ଜି ୧ ଲକ୍ଷ କୋଟି ଆମେରିକୀୟ ଡଲାର ଛୁଇଁଥିଲା। ଟେସ୍‌ଲାର ୧୦ ପ୍ରତିଶତ ସେୟାର ବିକ୍ରି କରିବା ପାଇଁ ସେ ଯୋଜନା କରିଛନ୍ତି। ଏଥିପାଇଁ ଟ୍ବିଟରରେ ଏକ ପୋଲ୍ ସେ କରିଥିଲେ। ଏଥିରେ ୩.୫ ନିୟୁତ ଭୋଟ୍ ପାଇଥିଲେ। ସେଥଇରୁ ୫୮ ପ୍ରତିଶତ ମତଦାତା ସେୟାର ବିକ୍ରି ସପକ୍ଷରେ ମତ ଦେଇଥିଲେ। ଏହି ସେୟାର ବିକ୍ରି ପରେ ମଧ୍ୟ ମସ୍କଙ୍କ ନିକଟରେ ଟେସ୍‌ଲାର ୧୬୭ ନିୟୁତ ସେୟାର ରହିଛି।

ସମ୍ବନ୍ଧିତ ଖବର