ନୂଆଦିଲ୍ଲୀ: ଭାରତ ହେବ ବଜାର, କିନ୍ତୁ ନିଯୁକ୍ତି ଚୀନ୍ରେ ସୃଷ୍ଟି ହେବ। ଏହାକୁ ଆଦୌଁ ଗ୍ରହଣ କରାଯିବନି। ଯଦି ଟେସ୍ଲା ଭାରତରେ କାରଖାନା ସ୍ଥାପନ କରିବାକୁ ଚାହୁଛି ତେବେ ଏଠାରେ ନିଯୁକ୍ତି ସୃଷ୍ଟି କରିବାକୁ ପଡ଼ିବ। ଟେସ୍ଲାକୁ କୌଣସି ରିହାତି ଦିଆଯିବନି ବୋଲି ଭାରି ଶିଳ୍ପ ରାଷ୍ଟ୍ରମନ୍ତ୍ରୀ କ୍ରିଷ୍ଣନ ପାଲ୍ ଗୁର୍ଜର ଆଜି ଲୋକସଭାରେ କହିଛନ୍ତି। ପ୍ରଶ୍ନକାଳ ସମୟରେ ସେ କହିଥିଲେ ଯେ ସରକାର ଘୋଷଣା କରିଥିବା ସ୍କିମ୍ ଅଧୀନରେ ଟେସ୍ଲା ଏପର୍ଯ୍ୟନ୍ତ ଆବେଦନ କରିନାହିଁ। ଶ୍ରୀ ଗୁର୍ଜର କହିଛନ୍ତି ଯେ ଟେସ୍ଲା ଚୀନ୍ରୁ କର୍ମଚାରୀ ଓ ଭାରତରୁ ବଜାର ଚାହୁଛି। ମୋଦୀ ସରକାରଙ୍କ ଅମଳରେ ଏହା ସମ୍ଭବ ହେବନାହିଁ। ଆମ ସରକାରଙ୍କ ନୀତି ହେଉଛି ଯଦି ଭାରତକୁ ବଜାର ଭାବେ ବ୍ୟବହାର କରାଯିବ ବେତେ ଭାରତୀୟଙ୍କୁ ନିଯୁକ୍ତି ସୁଯୋଗ ଦେବାକୁ ହେବ। ଟେସ୍ଲା ହେଉଛି ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଏଲନ୍ ମସ୍କଙ୍କ କଂପାନି ଯାହା ଇଲେକ୍ଟ୍ରିକ୍ ଯାନ ନିର୍ମାଣ କରୁଛି। ଏହି ଆମେରିକୀୟ କଂପାନି ସାରା ବିଶ୍ବରେ ବେଶ ଲୋକପ୍ରିୟ। ଭାରତରେ ଏହା କାରବାର କରିବା ଲାଗି ଆମଦାନି ଟିକସରେ ରିହାତି ମାଗିଥିଲା। କଂପାନି ଯଦି ଦେଶ ଭିତରେ କାରଖାନା ସ୍ଥାପନ କରି କାର୍ ନିର୍ମାଣ କରିବ ତେବେ ରିହାତି ଦେବା ବିଷୟରେ ବିଚାର କରାଯିବ ବୋଲି ସରକାର କଂପାନିକୁ କହିଥିଲେ। ଗତ ମାସରେ ଟେସ୍ଲା ମୁଖ୍ୟ ଏଲନ୍ ମସ୍କ କହିଥିଲେ ଯେ ସରକାରଙ୍କ ସହିତ କିଛି ସମସ୍ୟା ଥିବାରୁ କଂପାନି ଭାରତରେ ଏହାର ଉତ୍ପାଦ ଉନ୍ମୋଚନ କରିପାରୁନାହିଁ।
ଟେସ୍ଲାକୁ ରିହାତି ଦିଆଯିବନି: ମନ୍ତ୍ରୀ
/sambad/media/post_attachments/wp-content/uploads/2021/07/tesla.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)