ଭାରତ ଆସିବନି ଟେସ୍‌ଲା

ନୂଆଦିଲ୍ଲୀ : ବିଶ୍ବର ଏକ ନମ୍ବର କାର୍ ନିର୍ମାତା ଟେସ୍‌ଲା ଭାରତ ଆସିବନି। ଏଠାରେ କାର୍ ବିକ୍ରି କରିବା ଯୋଜନାକୁ କଂପାନି ସ୍ଥଗିତ ରଖିଛି। ସୋ’ରୁମ୍‌ ଖୋଲିବା ଲାଗି ସ୍ଥାନ ସନ୍ଧାନ ପ୍ରକ୍ରିୟାକୁ ମଧ୍ୟ ବନ୍ଦ କରିଦେଇଛି। ଟେସ୍‌ଲାର ସ୍ଥାନୀୟ ଟିମ୍ ଟିକସ କମ୍ କରିବା ଲାଗି ସରକାରଙ୍କ ସହ ବାରମ୍ବାର ଆଲୋଚନା କରିବା ବିଫଳ ହେବା ପରେ କଂପାନି ଏହାର ଯୋଜନାକୁ ସ୍ଥଗିତ ରଖିଛି।

ଚୀନ୍‌ରେ ତିଆରି ହେଉଥିବା ଟେସ୍‌ଲା କାର୍‌ଗୁଡ଼ିକୁ ଭାରତରେ ବିକ୍ରି କରିବା ଲାଗି ଟେସ୍‌ଲା ଚାହୁଛି। ଏହା ଉପରୁ ଆମଦାନି ଶୁଳ୍କ ହ୍ରାସ କରିବା ଲାଗି କଂପାନି ଭାରତ ସରକାରଙ୍କୁ ଅନେକ ଥର ଅନୁରୋଧ କରିଥିଲେ ମଧ୍ୟ ମନାଇବାରେ ସଫଳ ହୋଇପାରିନାହିଁ। ଭାରତ ସରକାରଙ୍କ ସର୍ତ୍ତ ହେଉଛି ଯଦି ଟେସ୍‌ଲା ଭାରତରେ କାର୍ ତିଆରି କରିବ ତେବେ ତାହାକୁ ଶୁଳ୍କରେ ରିହାତି ଦିଆଯିବ। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡ଼କରୀ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଟେସ୍‌ଲା ଚୀନ୍‌ରେ କାର୍ ତିଆରି କରି ଭାରତରେ ବିକିପାରିବନି।

ସମ୍ବନ୍ଧିତ ଖବର