ବେଙ୍ଗାଲୁରୁ: ଆମେରିକାର ଇଲେକ୍ଟ୍ରିକ କାର ନିର୍ମାତା ଟେସଲା ଭାରତ ପାଇଁ କର୍ଣ୍ଣାଟକରେ ଏହାର କାରଖାନା ସ୍ଥାପନ କରିବ। ମୁଖ୍ୟମନ୍ତ୍ରୀ ବି ଏସ ୟେଦୁରପ୍ପାଙ୍କୁ ଉଦ୍ଧାର କରି ଏକ ଟିଭି ଚ୍ୟାନେଲ ଶନିବାର ଏହି ଖବର ପ୍ରସାରଣ କରିଛି। ଚଳିତ ବର୍ଷ ଜାନୁଆରି ୮ ତାରିଖରେ ଏହି ଆମେରିକୀୟ କମ୍ପାନି ବେଙ୍ଗାଲୁରୁରେ ଏହାର ପଞ୍ଜୀକରଣ କରିଥିଲା। ଏହି କମ୍ପାନିର ନାମ ଟେସ୍ଲା ଇଣ୍ଡିଆ ମୋଟର୍ସ ଆଣ୍ଡ ଏନର୍ଜି ରଖାଯାଇଛି। କମ୍ପାନିର ପଞ୍ଜୀକୃତ କାର୍ଯ୍ୟାଳୟ ବେଙ୍ଗାଲୁରୁର ଲେଭେଲ ରୋଡ୍ରେ ରହିଛି। ଏହି କମ୍ପାନି ବେଙ୍ଗାଲୁରୁଠାରେ ଏକ ଅଟୋ ଇଞ୍ଜିନିୟରିଂ କମ୍ପାନି ସହ ମିଶି ଗବେଷଣା ଏବଂ ବିକାଶ କାର୍ଯ୍ୟ ଚଳାଇଛି। ଉଲ୍ଲେଖଯୋଗ୍ୟ, ଟେସଲାର ପ୍ରତିଷ୍ଠାତା ଏଲନ ମସ୍କ ପୂର୍ବରୁ ଘୋଷଣା କରିଛନ୍ତି ୨୦୨୧ରେ କମ୍ପାନି ଭାରତରେ ଏହାର କାର ବିକ୍ରି ଲକ୍ଷ୍ୟ ରଖିଛି। ସେହିଭଳି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ମଧ୍ୟ ଟେସଲା ଭାରତରେ ୨୦୨୧ରେ କାର୍ ବିକ୍ରି କରିବ ବୋଲି ଗତ ଡିସେମ୍ବରରେ ଘୋଷଣା କରିଥିଲେ।
କର୍ଣ୍ଣାଟକରେ କାରଖାନା କରିବ ଟେସ୍ଲା
/sambad/media/post_attachments/wp-content/uploads/2017/12/tesla-car.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)