ଭୁବନେଶ୍ୱର: ଟୟୋଟା ପକ୍ଷରୁ ଇନୋଭା କ୍ରାଏଷ୍ଟାର ଟେଷ୍ଟ୍ ଡ୍ରାଇଭ୍ ଆୟୋଜନ କରାଯାଇଛି। ୨୦୧୬ରେ ଏହି ମଡେଲ୍ର ବଜାର ପ୍ରବେଶ କରାଯାଇଥିଲା। ଏହାର ସ୍ୱତନ୍ତ୍ର ଲୁକ୍, ଉନ୍ନତ ବୈଷୟିକ ଜ୍ଞାନ କୌଶଳ ଯୋଗୁଁ ଏହା ଗ୍ରାହକଙ୍କ ଦ୍ୱାରା ବିଶେଷ ଭାବେ ଆଦୃତ ହୋଇଛି। ଏହି ଗାଡ଼ି କିଭଳି ପ୍ରିମିୟମ୍ ଲୁକ୍ ଏବଂ ସହଜ ଗାଡ଼ିଚାଳନା ସୁବିଧା ପ୍ରଦାନ କରୁଛି ତାହାକୁ ପ୍ରତ୍ୟକ୍ଷ ଭାବେ ପରଖିବା ପାଇଁ ଏହି ଟେଷ୍ଟ୍ ଡ୍ରାଇଭ୍ ଆୟୋଜନ କରାଯାଇଥିଲା। ଏଥିରେ ସୁରକ୍ଷାକୁ ମଧ୍ୟ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଇଛି। ତିନିଟି ଏସ୍ଆର୍ଏସ୍ ଏୟାରବ୍ୟାଗ୍ ସହିତ ଇବିଡି ସହିତ ଏବିଏସ୍ ଏବଂ ବିଏ ଆଦି ସୁବିଧା ଏଥିରେ ରହିଛି। ଏହାର ଶକ୍ତିଶାଳୀ ଇଞ୍ଜିନ ଯେକୌଣସି ରାସ୍ତାରେ ଗାଡ଼ିକୁ ଅତି ସହଜରେ ଆଗକୁ ବଢ଼ିବାରେ ସହାୟକ ହେଉଛି। ଏଥିରେ ପ୍ରଥମ ଥର ପାଇଁ ୬ ସ୍ପିଡ୍ ଅଟୋମେଟିକ୍ ଟ୍ରାନ୍ସମିସନ୍ ବ୍ୟବହାର କରାଯାଇଛି।
ଇନୋଭା କ୍ରାଏଷ୍ଟାର ଟେଷ୍ଟ୍ ଡ୍ରାଇଭ୍
/sambad/media/post_attachments/wp-content/uploads/2018/01/toyota.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)