ନୂଆଦିଲ୍ଲୀ : ବୟନ ଶିଳ୍ପକୁ ଆଜି ବଡ଼ଧରଣର ଆଶ୍ବସ୍ତି ମିଳିଛି। ନୂଆବର୍ଷରୁ ବୟନ ସାମଗ୍ରୀ ଉପରେ ଜିଏସ୍ଟି ୫ ପ୍ରତିଶତରୁ ୧୨ ପ୍ରତିଶତକୁ ବୃଦ୍ଧି ପାଇଁ ରହିଥିବା ପ୍ରସ୍ତାବକୁ ଆଜି ସ୍ଥଗିତ ରଖାଯାଇଛି। ମନୁଷ୍ୟକୃତ ତନ୍ତୁ, ସୁତା, କପଡ଼ା ଏବଂ ପୋଷାକ ଉପରେ ଜିଏସ୍ଟି ହାର ୫ ପ୍ରତିଶତରୁ ୧୨ ପ୍ରତିଶତକୁ ବୃଦ୍ଧି କରାଯିବା ଲାଗି ନିଷ୍ପତ୍ତି ହୋଇଥିଲା। ଟିକସ ହାରକୁ ଯୁକ୍ତିଯୁକ୍ତ କରିବା ପାଇଁ ଥିବା କମିଟି ଏହାର ପୁନଃଅନୁଧ୍ୟାନ କରିବ। ଏଥିପାଇଁ ଜିଏସଟି ପରିଷଦ ଉକ୍ତ କମିଟିର କାର୍ଯ୍ୟକାଳକୁ ଆଉ ଦୁଇ ମାସ ବଢ଼ାଇ ଦେଇଛି। ତେବେ ୧୦୦୦ ଟଙ୍କାରୁ କମ୍ ଦାମ୍ର ଜୋତା, ଚପଲର ଜିଏସ୍ଟି ହାର ୧୨%କୁ ବଢ଼ିବ।
ବୟନ ସାମଗ୍ରୀ ଜିଏସ୍ଟି ବଢ଼ିବନି
/sambad/media/post_attachments/wp-content/uploads/2020/08/weaver-ff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)