ଖିମ୍‌ଜୀ ଜନପଥ ଷ୍ଟୋର୍‌ର ୧୨ତମ ବାର୍ଷିକୀ

ଭୁବନେଶ୍ବର: ଖିମ୍‌ଜୀ ଜୁଏଲର୍ସର ୬୨୧ ଜନପଥରେ ଥିବା ଷ୍ଟୋର୍‌ ୧୨ତମ ବାର୍ଷିକୀ ପାଳନ କରିଛି। ଏହି ଅବସରରେ ଖିମ୍‌ଜୀ ପକ୍ଷରୁ ହଲ୍‌ମାର୍କ ସୁନା ଗହଣାର ଗଢ଼ା ମୂଲ୍ୟରେ ଫ୍ଲାଟ୍‌ ୫୦%, ସାର୍ଟିଫାଏଡ୍‌ ହୀରାରେ ଫ୍ଲାଟ୍‌ ୨୦%, ରୁପା ଗହଣାର ଏମ୍‌ଆର୍‌ପିରେ ଫ୍ଲାଟ୍‌ ୧୦% ଓ ରୁପା ଡବ୍ଲୁଟିରେ ଫ୍‌ଲାଟ୍ ୧୦% ରିହାତି ଘୋଷଣା କରିଛି। ଏହି ଅଫର ଖିମ୍‌ଜୀର ଜନପଥ ଓ ଚନ୍ଦଶେଖରପୁର ଷ୍ଟୋର୍‌ରେ ମାର୍ଚ୍ଚ ୭ ପର୍ଯ୍ୟନ୍ତ ଉପଲବ୍ଧ ହେବ। ଉତ୍ସବ ପାଳନ ‌ସମୟରେ ଖିମ୍‌ଜୀ ଜୁଏଲର୍ସର ସିଇଓ ସୌରଭ ଦାସଗୁପ୍ତା ସଂସ୍ଥାର ମୂଲ୍ୟବାନ ଗ୍ରାହକଙ୍କୁ ସେମାନଙ୍କ ନିରନ୍ତର ଭରସା ଲାଗି କୃତଜ୍ଞତା ଜଣାଇଛନ୍ତି। ଏହି ଅବସରରେ ଭାଲେଣ୍ଟାଇନ୍‌ ସେଲ୍‌ଫି ପ୍ରତିଯୋଗିତାର ତିନି ବିଜେତା ଭୁବନେଶ୍ବରର ଡକ୍ଟର ସୁରଜ ମେହେର, ଡକ୍ଟର ସୋନମ ସ୍ବାଇଁ ଓ ଗରୁ ଆଶିଷ ମହାନ୍ତିଙ୍କୁ ପୁରସ୍କାର ବାବଦରେ ସୁନା କଏନ୍ ପ୍ରଦାନ କରାଯାଇଛି। ଖିମ୍‌ଜୀର ୬୨୧ ଜନ୍‌ପଥ ଷ୍ଟୋର୍‌ ଚାରି ମହଲା ବିଶିଷ୍ଟ ହୋଇଥିବା ବେଳେ ସେଥିରେ ବାଲା ଓ କଙ୍ଗନର ବିସ୍ତୃତ ବର୍ଗମାଳା, ସୁନା, ହୀରା, ପ୍ଲାଟିନମ୍ ଓ ରୁପା ଗହଣା ଆଦି ରହିଛି।

ସମ୍ବନ୍ଧିତ ଖବର