ନୂଆଦିଲ୍ଲୀ: ଦେଶର ପ୍ରମୁଖ ଧନୀ ବ୍ୟକ୍ତି ଗୌତମ ଆଦାନିଙ୍କ ପରିବାର ଅମ୍ବୁଜା ସିମେଣ୍ଟ୍ସ ଓ ଏସିସି ସିମେଣ୍ଟ୍ରେ ସ୍ବିଜରଲ୍ୟାଣ୍ଡ୍ର ସଂସ୍ଥା ହୋଲ୍ସିମ୍ର ଥିବା ଅଂଶଧନକୁ କିଣିବ। ହୋଲ୍ସିମ୍ର ଏସିସିରେ ୬୩.୧୯% ଓ ଅମ୍ବୁଜା ସିମେଣ୍ଟ୍ସରେ ୫୪.୫୩% ଅଂଶଧନ ଥିଲା। ତାହାକୁ ପ୍ରାୟ ୧୦୫୦ କୋଟି ଡଲାର (ପ୍ରାୟ ୮୦ ହଜାର କୋଟି ଟଙ୍କା)ରେ କିଣିବାକୁ ଆଦାନି ପରିବାର ଏକ ସ୍ପେସିଆଲ ପରପସ୍ ଭେଇକିଲ୍ (ଏସ୍ପିଭି) ଗଠନ କରିଛି। ଦେଶର ଭିତ୍ତିଭୂମି ଓ ଉପକରଣ କ୍ଷେତ୍ରରେ ଏହାକୁ ସବୁଠୁ ବଡ଼ ଅଧିଗ୍ରହଣ ଭାବେ ବିବେଚନା କରାଯାଉଛି। ଏହି ଅଧିଗ୍ରହଣ ଜରିଆରେ ଆଦାନି ଗ୍ରୁପ୍ ଏବେ ଦେଶର ଦ୍ବିତୀୟ ବୃହତ ସିମେଣ୍ଟ୍ ଉତ୍ପାଦନକାରୀ ଭାବେ ଉଭା ହୋଇଛି।