ଆଦାନି ପରିବାର ୬୦,୦୦୦ କୋଟି ଦାନ କରିବ

ନୂଆଦିଲ୍ଲୀ: ଦାତବ୍ୟ କାର୍ଯ୍ୟ ପାଇଁ ଆଦାନି ପରିବାର ୬୦ ହଜାର କୋଟି ଟଙ୍କା ଦାନ କରିବ। ଆଦାନି ଗ୍ରୁପ୍‌ର ମୁଖ୍ୟ ଗୌତମ ଆଦାନିଙ୍କ ବାପା ଶାନ୍ତିଲାଲ ଆଦାନିଙ୍କ ଜୟନ୍ତୀ ଓ ଗୌତମଙ୍କ ୬୦ତମ ଜନ୍ମଦିନରେ ଏହି ଘୋଷଣା କରାଯାଇଛି। ଏହି ପାଣ୍ଠି ଆଦାନି ଫାଉଣ୍ଡେସନ ଦ୍ବାରା ପରିଚାଳିତ ହେବ। ଆଦାନି ପରିବାର ଦାନ କରିବାକୁ ଥିବା ଟଙ୍କାକୁ ସ୍ବାସ୍ଥ୍ୟସେବା, ଶିକ୍ଷା ଓ କୌଶଳ ବିକାଶ ପାଇଁ ଖର୍ଚ୍ଚ କରାଯିବ। ଏଥିରେ ଗ୍ରାମାଞ୍ଚଳକୁ ଅଧିକ ଧ୍ୟାନ ଦିଆଯିବ।

ସମ୍ବନ୍ଧିତ ଖବର