ନୂଆଦିଲ୍ଲୀ: ସାପୁରଜି ପାଲୋଞ୍ଜି ଗ୍ରୁପ୍ର ଅଧ୍ୟକ୍ଷ ପାଲୋଞ୍ଜି ମିସ୍ତ୍ରୀଙ୍କ ୯୩ ବର୍ଷ ବୟସରେ ପରଲୋକ ହୋଇଛି। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପତ୍ନୀ ପାଟ୍ସି, ଝିଅ ଲୈଲା ରୁସ୍ତମ ଜାହାଙ୍ଗୀର, ଆଲୋ ନୋଏଲ ଟାଟା, ପୁଅ ସାପୁର ମିସ୍ତ୍ରୀ ଓ ସାଇରସ୍ ମିସ୍ତ୍ରୀ ଉପସ୍ଥିତ ଥିଲେ। ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ। ମିସ୍ତ୍ରୀ ପରିବାର ୧୫୦ରୁ ଅଧିକ ସମୟ ଧରି ବ୍ୟବସାୟ ଜଗତରେ ସକ୍ରିୟ ରହିଛି। ଟାଟା ଗ୍ରୁପ୍ରେ ଏହି ସଂସ୍ଥାର ୧୮.୪% ଅଂଶଧନ ରହିଛି। ସେଥିପାଇଁ ଟାଟା ଗ୍ରୁପ୍ର ମୁଖ୍ୟ କାର୍ଯ୍ୟାଳୟ ବମ୍ବେ ହାଉସ୍ରେ ତାଙ୍କର ପରୋକ୍ଷ ପ୍ରଭାବ ରହୁଥିଲା। ତାଙ୍କ ଝିଅ ଆଲୋ ରତନ ଟାଟାଙ୍କ ସାବତ ଭାଇ ନୋଏଲ ଟାଟାଙ୍କୁ ବିବାହ କରିଛନ୍ତି।
ଶିଳ୍ପପତି ପାଲୋଞ୍ଜି ମିସ୍ତ୍ରୀଙ୍କ ପରଲୋକ
/sambad/media/post_attachments/wp-content/uploads/2022/06/g54j6dg54j6dg54jg65.jpg)