ନୂଆଦିଲ୍ଲୀ: ଅତୀତରେ ସବୁ ସରକାରୀ କାର୍ଯ୍ୟାଳୟରେ ବ୍ୟବହାର କରାଯାଉଥିବା ଲୋକପ୍ରିୟ ଆମ୍ବାସାଡର କାର୍ ପୁଣି ଥରେ ବଜାରକୁ ଫେରିବ। ହିନ୍ଦୁସ୍ତାନ ମୋଟର୍ସ ଓ ପୋଜୋ ପକ୍ଷରୁ ଏହାର ଡିଜାଇନ୍ ଓ ଇଞ୍ଜିନକୁ ପ୍ରସ୍ତୁତ କରାଯାଇଛି। ‘ଆମ୍ବି’ ମଡେଲ୍କୁ ଆଣିବା ଲାଗି ଦୁଇ ସଂସ୍ଥା କାର୍ଯ୍ୟ କରୁଛନ୍ତି। ହିନ୍ଦୁସ୍ତାନ ମୋଟର୍ସର ଚେନ୍ନାଇରେ ଥିବା କାରଖାନାରେ ଏହାକୁ ତିଆରି କରାଯିବ। ଏହି କାରଖାନାରେ ପୂର୍ବରୁ ମିତସୁବିସିର କାର୍ଗୁଡ଼ିକୁ ଉତ୍ପାଦନ କରାଯାଉଥିଲା। କଂପାନିର ପଶ୍ଚିମବଙ୍ଗରେ ଥିବା ଉତ୍ତରପାରା କାରଖାନାରେ ଆମ୍ବାସାଡର ଉତ୍ପାଦନ କରାଯାଉଛି। ୨୦୧୪ ସେପ୍ଟେମ୍ବରରେ ଶେଷ ଆମ୍ବାସାଡରକୁ ଉତ୍ପାଦନ କରାଯାଇଥିଲା। ଋଣ ବୋଝ ଅସହ୍ୟ ହେବା ଓ ଆମ୍ବାସାଡରର ଚାହିଦା କମିଯିବାରୁ କଂପାନି କାରଖାନାକୁ ବନ୍ଦ କରିଦେଇଥିଲା। ୨୦୧୭ରେ ଆମ୍ବାସାଡର ବ୍ରାଣ୍ଡ୍କୁ ୮୦ କୋଟି ଟଙ୍କାରେ ଫ୍ରାନ୍ସର କାର୍ ନିର୍ମାତା ପୋଜୋକୁ ବିକ୍ରି କରାଯାଇଥିଲା। ୧୯୬୦ରୁ ୧୯୯୦ ମଧ୍ୟ ଭାଗ ପର୍ଯ୍ୟନ୍ତ ଭାରତରେ ଆଭିଜାତ୍ୟର ସଙ୍କେତ ଭାବେ ଆମ୍ବାସାଡରକୁ ବିଚାର କରାଯାଉଥିଲା। ସେହି ସମୟରେ ତାହା ଥିଲା ବଜାରର ଏକମାତ୍ର ବିପୁଳ ମାତ୍ରାରେ ଉତ୍ପାଦନ ହେଉଥିବା ବିଳାସପୂର୍ଣ୍ଣ କାର୍।
ନୂଆ ରୂପରେ ଫେରିବ ଆମ୍ବାସାଡର
/sambad/media/post_attachments/wp-content/uploads/2022/05/ambassoder.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)