ନୂଆଦିଲ୍ଲୀ: ସୋମବାରଠାରୁ ଦେଶରେ ୧୯ଟି କୋଇଲା ଖଣିର ନିଲାମ ଆରମ୍ଭ ହେବ। ଏହି କୋଇଲା ଖଣି ହାତେଇବା ପାଇଁ ଦୌଡ଼ରେ ବେଦାନ୍ତ, ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର, ଆଦାନି ଏଣ୍ଟରପ୍ରାଇଜେସ, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଏବଂ ଜେଏସଡବ୍ଲ୍ୟୁ ଷ୍ଟିଲ୍ ଆଦି ରହିଛନ୍ତି। ଏହି ନିଲାମ ୮ ଦିନ ଧରି ନଭେମ୍ବର ୨ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କୋଇଲା ମନ୍ତ୍ରାଳୟ ସୂତ୍ରରୁ ଜଣାଯାଇଛି। ସୋମବାର ଅର୍ଥାତ ପ୍ରଥମ ଦିନରେ ୫ଟି କୋଇଲା ଖଣିର ନିଲାମ ହେବ। ସେଗୁଡ଼ିକ ମଧ୍ୟରେ ଓଡ଼ିଶାର ରାଧିକାପୁର(ୱେଷ୍ଟ୍) କୋଇଲା ଖଣି ରହିଛି। ଅନ୍ୟ ଖଣି ଗୁଡ଼ିକ ମଧ୍ୟରେ ଝାଡ଼ଖଣ୍ଡର ଚକଲା, ମହାରାଷ୍ଟ୍ରର ମାର୍କି ମଙ୍ଗଲି-୨, ତକଲି-ଜେନା-ବେଲୋରା(ନର୍ଥ) ଏବଂ ତକଲି-ଜେନା-ବେଲୋରା(ସାଉଥ) ଏବଂ ମଧ୍ୟ ପ୍ରଦେଶର ଉର୍ତ୍ତନ ଖଣି ରହିଛି। ଝାଡ଼ଖଣ୍ଡର ଚକଲା କୋଇଲା ଖଣି ପାଇଁ ସୋମବାର ହିଣ୍ଡାଲକୋ ଓ ଆଦାନୀ ଏଣ୍ଟରପ୍ରାଇଜେସ୍ ଭଳି କମ୍ପାନି ପ୍ରତିଯୋଗିତା କରିବେ। ସେହିଭଳି ରାଧିକାପୁର(ୱେଷ୍ଟ) ଖଣି ପାଇଁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପିଏଲ) ଏବଂ ବେଦାନ୍ତ ଲିମିଟେଡ ଦୌଡ଼ରେ ଅଛନ୍ତି।
୧୯ କୋଇଲା ଖଣିର ନିଲାମ ଆଜିଠୁ
/sambad/media/post_attachments/wp-content/uploads/2020/11/coal-mineing.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)