ବିନା ଓଟିପିରେ ଅଟୋ-ଡେବିଟ୍‌ ସୀମା ୧୫ ହଜାର ଟଙ୍କାକୁ ବୃଦ୍ଧି

ଡେବିଟ୍ କାର୍ଡ ଓ କ୍ରେଡିଟ୍ କାର୍ଡର ଇ-ମ୍ୟାନ୍‌ଡେଟ୍‌ ସୀମାକୁ ରିଜର୍ଭ ବ୍ୟାଙ୍କ ୫୦୦୦ ଟଙ୍କାରୁ ବଢ଼ାଇ ୧୫ ହଜାର ଟଙ୍କା କରିଛନ୍ତି। ଫଳରେ ଡେବିଟ୍ କାର୍ଡ ଓ କ୍ରେଡିଟ୍ କାର୍ଡରୁ ବିନା ଓଟିପିରେ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ଅଟୋ ଡେବିଟ୍ ହୋଇପାରିବ। ଗ୍ରାହକମାନେ ନିୟମିତ ବ୍ୟବଧାନରେ କରୁଥିବା ପେମେଣ୍ଟ୍‌କୁ ସହଜ କରିବା ଲାଗି ଏହି ନିଷ୍ପତ୍ତି ନିଆଯାଇଛି। ପ୍ରତି ପେମେଣ୍ଟ୍‌ ଲାଗି ସେମାନଙ୍କୁ ଆଉ ଓଟିପି ସ୍ବୀକୃତି ଦେବାକୁ ପଡ଼ିବ ନାହିଁ। ବିଶେଷ କରି ଶିକ୍ଷା ଫି’ଏ ବୀମା ପ୍ରିମିୟମ୍ ପେମେଣ୍ଟ୍‌ ଆଦି ପାଇଁ ଅର୍ଥରାଶି ବିନା ଓଟିପିରେ ଡେବିଟ୍ ଓ କ୍ରେଡିଟ୍‌ କାର୍ଡରୁ କଟିଯିବ। ଏଭଳି ରିକରିଂ ପେମେଣ୍ଟ୍‌ ପାଇଁ ଇ-ମ୍ୟାନ୍‌ଡେଟ୍‌ ୨୦୨୧ ଅକ୍ଟୋବର ୧ରୁ କାର୍ଯ୍ୟକାରୀ ରହିଛି। ଯେଉଁ ଗ୍ରାହକମାନେ ଏହି ସୁବିଧା ହାସଲ କରିଛନ୍ତି ସେମାନଙ୍କ ଖାତାରୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ରାଶି ସେମାନେ ଚୟନ କରିଥିବା କାମ ପାଇଁ କଟିଯିବ। ଅଧିକ ଟଙ୍କା କଟିବାର ଥିଲେ ବ୍ୟାଙ୍କ ଗ୍ରାହକଙ୍କୁ ଓଟିପି ସ୍ବୀକୃତି ମାଗିବେ।

ସମ୍ବନ୍ଧିତ ଖବର