ନୂଆଦିଲ୍ଲୀ: ଓଡ଼ିଶାରେ ମିଆଦୀ ଜମା ବା ଏଫ୍‌ଡି ଖାତାରେ ହାରାହାରି ୩୪,୨୦୯ ଟଙ୍କା ଜମା ରହିଛି। ଜାତୀୟ ହାରଠାରୁ ଏହା କମ୍। ସର୍ବଭାରତୀୟ ସ୍ତରରେ ଏଫ୍‌ଡିରେ ହାରାହାରି ଜମା ୪୨,୫୭୩ ଟଙ୍କା ରହିଛି। ଏଫ୍‌ଡି ହେଉଛି ଭାରତୀୟଙ୍କ ସବୁଠୁ ପସନ୍ଦର ଜମା। ଏଥିରେ ବିପଦ କମ୍ ଥିବା ବେଳେ ନିର୍ଦ୍ଦିଷ୍ଟ ସୁଧର ଗ୍ୟାରେଣ୍ଟି ରହିଛି। ଜାତୀୟ ସ୍ତରରେ ହାରାହାରି ଜମା କ୍ଷେତ୍ରରେ ୮୦,୮୭୨ ଟଙ୍କା ସହ ଦିଲ୍ଲୀ ଆଗରେ ଥିବା ବେଳେ ମହାରାଷ୍ଟ୍ରରେ ତାହା ୭୩,୨୦୬ ଟଙ୍କା ଓ ମିଜୋରାମରେ ୬୮,୩୨୩ ଟଙ୍କା ରହିଛି। ସାରା ଦେଶରେ ୨୩.୨୩ ନିୟୁତ ଏଫ୍‌ଡି ଖାତା ଥିବା ବେଳେ ସେଥିରେ ୧୦୩ ଲକ୍ଷ କୋଟି ଟଙ୍କା ରହିଛି। ଓଡ଼ିଶାରେ ଏଫ୍‌ଡି ଖାତାଗୁଡ଼ିକରେ ୨.୪୫ ଲକ୍ଷ କୋଟି ଟଙ୍କାର ଜମା ରହିଛି।