ନୂଆଦିଲ୍ଲୀ: ଗତକାଲି ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ହାରରେ ୦.୫% ବୃଦ୍ଧି ଘୋଷଣା କରିବା ପରେ ଆଜି ଦେଶର ବିଭିନ୍ନ ବ୍ୟାଙ୍କ ସେମାନଙ୍କ ଋଣ ସୁଧ ବଢ଼ାଇଛନ୍ତି। ଆଇସିଆଇସିଆଇ ବ୍ୟାଙ୍କ, ଆର୍ବିଏଲ୍ ବ୍ୟାଙ୍କ, ଫେଡେରାଲ୍ ବ୍ୟାଙ୍କ, ଆଇଡିବିଆଇ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା, ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ନିଜର ଋଣ ସୁଧ ବଢ଼ାଇଛନ୍ତି। ଆଇସିଆଇସିଆଇ ବ୍ୟାଙ୍କ ଏହାର ଏକ୍ସଟରନାଲ୍ ବେଞ୍ଚ୍ମାର୍କ ଲେଣ୍ଡିଂ ରେଟ୍ (ଇବିଏଲ୍ଆର୍)କୁ ୮.୬୦%କୁ ବୃଦ୍ଧି କରିଛି। ଜୁନ୍ ୮ରୁ ତାହା ଲାଗୁ କରାଯାଇଛି ବୋଲି ବ୍ୟାଙ୍କ ଏହାର ୱେବସାଇଟ୍ରେ ଉଲ୍ଲେଖ କରିଛି। ବ୍ୟାଙ୍କ ଅଫ୍ ବରୋଦା ଏହାର ବରୋଦା ରେପୋ ଲିଙ୍କଡ୍ ଲେଣ୍ଡିଂ ରେଟ୍ (ବିଆର୍ଏଲ୍ଏଲ୍ଆର୍)କୁ ୭.୪୦ ପ୍ରତିଶତକୁ ବୃଦ୍ଧି କରିଛି। ଋଣ ଏହି ନୂତନ ସୁଧ ହାର ଆଜିଠାରୁ ଲାଗୁ ହୋଇଛି। ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ମଧ୍ୟ ଏହାର ଆର୍ବିଏଲ୍ଆର୍କୁ ୭.୭୫%କୁ ବୃଦ୍ଧି କରିଛି। ଗତ ପାଞ୍ଚ ସପ୍ତାହରେ ରେପୋ ହାରରେ ଦୁଇ ଥରରେ ୦.୯% ବୃଦ୍ଧି ହୋଇଛି। ଏହାର ପ୍ରଭାବରେ ବ୍ୟାଙ୍କ ଓ ହାଉସିଂ ଫାଇନାନ୍ସ କଂପାନିଗୁଡ଼ିକ ସେମାନଙ୍କ ଋଣ ସୁଧ ହାର ବଢ଼ାଇଛନ୍ତି।
ବ୍ୟାଙ୍କ ବଢ଼ାଇଲେ ଋଣ ସୁଧ
/sambad/media/post_attachments/wp-content/uploads/2022/01/intrest-rate.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)