ମାର୍ଚ୍ଚରେ ୮ ଦିନ ବ୍ୟାଙ୍କ ବନ୍ଦ ରହିବ

ନୂଆଦିଲ୍ଲୀ: ଆର୍ଥିକ ଦୃଷ୍ଟିରୁ ମାର୍ଚ୍ଚ ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ମାସ। କାରଣ ଏହି ମାସରେ ଆର୍ଥିକ ବର୍ଷ ଶେଷ ହେବା ସହ ଖାତାର ସବୁ ହିସାବ ଶେଷ କରିବାକୁ ହୁଏ। ଚଳିତ ବର୍ଷ ମାର୍ଚ୍ଚରେ ରାଜ୍ୟରେ ବ୍ୟାଙ୍କଗୁଡ଼ିକ ୮ ଦିନ ବନ୍ଦ ରହିବ। ସର୍ବଭାରତୀୟ ସ୍ତରରେ କିନ୍ତୁ ୧୩ ଦିନ ବ୍ୟାଙ୍କ ବନ୍ଦ ରହିବ। ସେଥି ମଧ୍ୟରୁ କେତେକ ହେଉଛି ଆଞ୍ଚଳିକ ଛୁଟି। କେବଳ ରବିବାର ଏବଂ ଦ୍ବିତୀୟ ଶନିବାର ଓ ଚତୁର୍ଥ ଶନିବାର ଯୋଗୁଁ ମାର୍ଚ୍ଚରେ ୬ ଦିନ ବ୍ୟାଙ୍କ ବନ୍ଦ ରହିବ। ମାର୍ଚ୍ଚ ୬, ୧୩, ୨୦ ଓ ୨୭ ତାରିଖ ରବିବାର ପଡ଼ୁଥିବାରୁ ବ୍ୟାଙ୍କ ବନ୍ଦ ରହିବ। ସେହିପରି ମାର୍ଚ୍ଚ ୧୨ ଓ ୨୬ରେ ଦ୍ବିତୀୟ ଓ ଚତୁର୍ଥ ଶନିବାର ହୋଇଥିବାରୁ ବ୍ୟାଙ୍କ ବନ୍ଦ ରହିବ। ଏହା ବ୍ୟତୀତ ମହାଶିବରାତ୍ରୀ ଓ ହୋଲି ଦିନ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ।

ସମ୍ବନ୍ଧିତ ଖବର