ଦୁଗ୍ଧ ଉତ୍ପାଦନରେ ଭାରତ ଏକ ନମ୍ବର

ନୂଆଦିଲ୍ଲୀ: ଦୁଗ୍ଧ ଉତ୍ପାଦନରେ ଭାରତ ବିଶ୍ବର ଏକ ନମ୍ବର ରାଷ୍ଟ୍ର ଭାରତରେ ଉଭା ହୋଇଛି। ବିଶ୍ବର ୨୪ ପ୍ରତିଶତ ଦୁଗ୍ଧ ଭାରତରେ ଉତ୍ପାଦନ ହେଉଛି ବୋଲି ଲୋକସଭାରେ ପଶୁପାଳନ ମନ୍ତ୍ରୀ ପାରଷୋତମ ରୁପାଲା କହିଛନ୍ତି। ସେ କହିଛନ୍ତି ୨୦୧୪-୧୫ରୁ ୨୦୨୧-୨୨ ଆଠ ବର୍ଷ ମଧ୍ୟରେ ଦୁଗ୍ଧ ଉତ୍ପାଦନ ୫୧ ପ୍ରତିଶତ ବୃଦ୍ଧି ପାଇ ୨୨ କୋଟି ଟନ୍‌ରେ ପହଞ୍ଚିଛି। ୨୦୧୪-୧୫ରେ ଦେଶରେ ୧୪.୬୩ କୋଟି ଟନ୍ ଦୁଗ୍ଧ ଉତ୍ପାଦନ ହୋଇଥିଲା।

ସମ୍ବନ୍ଧିତ ଖବର