ବୁର୍ଜ ଖଲିଫାର ନିର୍ମାତା ଦେବାଳିଆ, ବନ୍ଦ ହେବ

ଦୁବାଇ: ବିଶ୍ବର ସର୍ବୋଚ୍ଚ କୋଠା ବୁର୍ଜ ଖଲିଫା ନିର୍ମାଣ କରିଥିବା ରିଅଲ ଇଷ୍ଟେଟ୍‌ ସଂସ୍ଥା ଆରବଟେକ୍ ଦେବାଳିଆ ହୋଇ ବନ୍ଦ ହେବାକୁ ଯାଉଛି। କଂପାନିର ଆର୍ଥିକ ସ୍ଥିତି ବହୁତ ଖରାପ ରହିଛି। କରୋନା ମହାମାରୀ ପରେ ଏହି ସମସ୍ୟା ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ସେଥିପାଇଁ କଂପାନିକୁ ବନ୍ଦ କରାଯିବ ବୋଲି ଏହାର ଅଧ୍ୟକ୍ଷ ଅଲ୍‌ ମୋକରାବ ଅଲ୍ ମୁହାଇରି କହିଛନ୍ତି। ଏହି କଂପାନିକୁ ବନ୍ଦ କରିବା ଲାଗି ଏହାର ଅଂଶଧନକାରୀମାନେ ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର