ନୂଆଦିଲ୍ଲୀ: ଦେଶର ପ୍ରଥମ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ କାର୍ଯ୍ୟ ଅହମଦାବାଦରୁ ମୁମ୍ବାଇ ମଧ୍ୟରେ ଚାଲିଛି। ୨୦୨୬ ଅଗଷ୍ଟରେ ଏହି ରୁଟ୍ରେ ପ୍ରଥମ ବୁଲେଟ୍ ଟ୍ରେନ ଚାଲିବା ଆଶା ରହିଛି। ଜାପାନର ଦୁଇ କମ୍ପାନି ହିଟାଚି ଏବଂ କାୱାସାକି ଭାରତକୁ ବୁଲେଟ ଟ୍ରେନ ଯୋଗାଇବା ପାଇଁ ଏକ କନସୋର୍ଟିୟମ ଗଠନ କରିଛନ୍ତି। ନ୍ୟାସନାଲ ହାଇସ୍ପିଡ ରେଲ୍ କର୍ପୋରେସନ ମୁମ୍ବାଇ-ଅହମଦାବାଦ ପ୍ରକଳ୍ପ ପାଇଁ ୧୮ଟି ବୁଲେଟ୍ ଟ୍ରେନ କିଣିବ। ପ୍ରତ୍ୟେକ ବୁଲେଟ୍ ଟ୍ରେନ୍ରେ ୧୦ଟି ଲେଖାଏଁ ବଗି ରହିବ ଏବଂ ଏଥିରେ ୬୯୦ ଲେଖାଏଁ ଯାତ୍ରୀ ଯାତ୍ରା କରିପାରିବେ। ଉକ୍ତ ଟ୍ରେନ ଭାରତୀୟ ପରିସ୍ଥିତିକୁ ଦେଖି ବଗିରେ ପରିବର୍ତ୍ତନ କରାଯିବ। ୫୦୪ କିମି ଦୀର୍ଘ ବିଶିଷ୍ଟ ଏହି ବୁଲେଟ ଟ୍ରେନ ପ୍ରକଳ୍ପର ଭିତ୍ତିଭୂମି ୨୦୧୭ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜାପାନାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ ମଧ୍ୟ ଯୋଗଦେଇଥିଲେ। ବୁଲେଟ୍ ଟ୍ରେନ ଚାଲିଲେ ମୁମ୍ବାଇ ଏବଂ ଅହମଦାବାଦ ମଧ୍ୟରେ ଯାତ୍ରା ସମୟ ସାଢ଼େ ୩ ଘଣ୍ଟାକୁ ହ୍ରାସ ପାଇବ ବୋଲି ଆଶା କରାଯାଉଛି।
ଭାରତକୁ ବୁଲେଟ୍ ଟ୍ରେନ ଯୋଗାଇବାକୁ ଥିବା ଦୁଇ କମ୍ପାନି ଏହାରା ଡିଜାଇନ ଉପରେ ଆଲୋଚନା ଚଳାଇଛନ୍ତି। ଭାରତର ପାଣିପାଗ ଓ ଅନ୍ୟାନ୍ୟ ପରିସ୍ଥିତି ଅନୁଯାୟୀ ଟ୍ରେନ୍ର ଡିଜାଇନ ବଦଳିବ। ଏହି କଂପାନିଗୁଡ଼ିକ ଭାରତକୁ ଶିଙ୍କାନସେନ୍ ଟ୍ରେନ୍ ଯୋଗାଣ ପାଇଁ ଆଗ୍ରହ ଦେଖାଇଛନ୍ତି। କିନ୍ତୁ ଭାରତୀୟ ରେଳବାଇର ଅଧିକାରୀମାନେ ଏହାର ଡିଜାଇନରେ ପରିବର୍ତ୍ତନ କରିବାକୁ କହିଛନ୍ତି, ଯାହାଦ୍ୱାରା ଏହାର ମୂଲ୍ୟ ହ୍ରାସ କରାଯାଇପାରିବ ଏବଂ ଏହାକୁ ଭାରତୀୟ ସର୍ତ୍ତ ଅନୁଯାୟୀ ପ୍ରସ୍ତୁତ କରାଯାଇପାରିବ । ଏବେ ଏହି କଂପାନିଗୁଡ଼ିକ ଏକ ନୂଆ ଡିଜାଇନ୍ ସହ ପ୍ରସ୍ତାବ ଦାଖଲ କରିଛନ୍ତି। ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ପାଇଁ ଜାପାନ ଇଣ୍ଟରନ୍ୟାସନାଲ କୋଅପରେସନ୍ ଏଜେନ୍ସି (ଜାଇକା) ଋଣ ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/bullet-train.jpg)