ସିଏଜି ରିପୋର୍ଟ ଉନ୍ମୋଚିତ, ୪୫,୩୯୦ କୋଟିର ୟୁସି ବାକି

ଭୁବନେଶ୍ବର: ବିନିଯୋଗ ପ୍ରମାଣପତ୍ର (ୟୁସି) ଦାଖଲ କରିବାରେ ଅହେତୁକ ବିଳମ୍ବ ହୋଇଛି। ୨୦୧୬-୧୭ରୁ ୨୦୧୮-୧୯ ମଧ୍ୟରେ ୪୫,୩୪୦ କୋଟି ଟଙ୍କାର ୨୯,୧୩୮ ୟୁସି ବାକି ପଡ଼ିଛି ବୋଲି ସିଏଜି ରିପୋର୍ଟକୁ ଜଣାପଡ଼ିଛି। ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ସିଏଜି ରିପୋର୍ଟକୁ ଉପସ୍ଥାପନ କରିବା ପରେ ତାହାକୁ ଏଜି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉନ୍ମୋଚନ କରାଯାଇଥିଲା। ରିପୋର୍ଟ ଅନୁଯାୟୀ, ଯେତେବେଳେ ଡ୍ରଇଂ ଆଣ୍ଡ୍‌ ଡିସ୍‌ବର୍ସମେଣ୍ଟ୍‌ ଅଫିସର (ଡିଡିଓ) କେତେ ଟଙ୍କା ବାସ୍ତବରେ ଆବଶ୍ୟକ ତାହା ଆକଳନ କରିପାରନ୍ତି ନାହିଁ ସେହି ସମୟରେ ଆବ୍‌ଷ୍ଟ୍ରାକ୍ଟ କଣ୍ଟିଜେଣ୍ଟ୍‌ (ଏସି) ବିଲ୍ ଜରିଆରେ ଟଙ୍କା ଉଠାଇଥାନ୍ତି।

ଡିଟେଲଡ୍‌ କଣ୍ଟିଜେଣ୍ଟ୍‌ (ଡିସି) ବିଲ୍‌ ଦାଖଲ କରି ଏସି ବିଲ୍‌ଗୁଡ଼ିକର ଫଇସଲା ୩୦ ଦିନରେ ହେବା କଥା। ୨୦୧୯ ମାର୍ଚ୍ଚ ସୁଦ୍ଧା ୨୧୩.୪୧ କୋଟି ଟଙ୍କା ମୂଲ୍ୟର ୧୨୭୧ ଡିସି ବିଲ୍ ବକେୟା ରହିଥିଲା। ୨୦୧୭-୧୮ରେ ଓଡ଼ିଶା ୧୪,୧୯୦ କୋଟି ଟଙ୍କାର ରାଜସ୍ବ ବଳକା ହାସଲ କରିଥିଲା। ବିତ୍ତୀୟ ନିଅଣ୍ଟ ଏହି ସମୟରେ ୧୦,୧୫୭ କୋଟି ଟଙ୍କା ଥିଲା। ରାଜ୍ୟ ସରକାର ଏହି ବର୍ଷ ରିଜର୍ଭ ବ୍ୟାଙ୍କ ଠାରୁ ଓଭରଡ୍ରାଫ୍ଟ ଓ ୱେଜ୍ ଆଣ୍ଡ୍‌ ମିନ୍ସ ଜରିଆରେ କୌଣସି ଋଣ ହାସଲ କରିନଥିଲେ ବୋଲି ରିପୋର୍ଟରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର