ନୂଆଦିଲ୍ଲୀ: କରୋନାଭୂତାଣୁ ପାଇଁ ଦେଶରେ ଜାରି ହୋଇଥିବା ଲକ୍ଡାଉନ୍ ଶେଷ ହେବା ପରେ କର୍ମଚାରୀମାନଙ୍କୁ ଛଟେଇ କରାଯିବ ନାହିଁ କିମ୍ବା ସେମାନଙ୍କର ଦରମା କମିବ ନାହିଁ। କର୍ମଚାରୀମାନଙ୍କୁ ଭାରତୀୟ କାର୍ ନିର୍ମାତାମାନେ ଏଭଳି ପ୍ରତିଶ୍ରୁତି ଦେଇଛନ୍ତି। କରୋନା ମହାମାରୀ ଯଦିଓ କମ୍ପାନିଙ୍କ ବ୍ୟବସାୟିକ ଯୋଜନା ଓ ଅର୍ଥ ପ୍ରବାହକୁ ପ୍ରଭାବିତ କରିଛି ତଥାପି କମ୍ପାନିମାନେ କର୍ମଚାରୀଙ୍କ ପାଇଁ କଠୋର ହେବେ ନାହିଁ। ସ୍କୋଡା-ଫକ୍ସୱାଗନ, ରେନଲ୍ଟ ଏବଂ ଏମ୍ଜି ମୋଟର ଇଣ୍ଡିଆ ଏଭଳି କହିଛନ୍ତି। ଅଧିକନ୍ତୁ କରୋନା ସତ୍ତ୍ବେ ସ୍କୋଡା-ଫକ୍ସୱାଗନ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ଭାରତରେ ନିଯୁକ୍ତି ଜାରି ରଖିବ ବୋଲି କହିଛି। ଫକ୍ସୱାଗନ ଗ୍ରୁପ୍ ମଧ୍ୟ ଭାରତରେ ଏହାର କର୍ମଚାରୀମାନଙ୍କୁ ବୋନସ୍ ବି ଦେବ। ତେବେ କମ୍ପାନିର ଶୀର୍ଷ ଅଧିକାରୀମାନେ ବ୍ୟବସାୟ ସ୍ବାଭାବିକ ହେବା ପର୍ଯ୍ୟନ୍ତ ବୋନସ ନନେବା ଲାଗି ନିଷ୍ପତ୍ତି ନେଇଛନ୍ତି। ସେହିଭଳି ବଜାରଅଂଶ ବଢ଼ାଇବା ପାଇଁ ସ୍କୋଡା-ଫକ୍ସୱାଗନ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ଆଗାମୀ ଦିନରେ ଭାରତରେ ୧ ବିଲିଅନ ୟୁରୋରୁ ଅଧିକ ଅର୍ଥ ନିବେଶ କରିବ ବୋଲି କହିଛି। ଏବେ ଭାରତରେ କମ୍ପାନିର ୪୨୦୦ କର୍ମଚାରୀ ଅଛନ୍ତି। ସ୍କୋଡା ଫକ୍ସୱାଗନ ଇଣ୍ଡିଆ ଏମ୍ଡି ଗୁରପ୍ରତାପ ବୋପାରାଇ, ରେନଲ୍ଟ ଇଣ୍ଡିଆ ଏମଡି ଭେଙ୍କଟରାମ୍ ମାମିଲାପାଲି ଏବଂ ଏମଜି ମୋଟର ଇଣ୍ଡିଆ ପକ୍ଷରୁ କର୍ମଚାରୀମାନଙ୍କୁ ଏଭଳି ପ୍ରତିଶ୍ରୁତି ଦିଆଯାଇଛି।
କାର୍ ନିର୍ମାତା ଛଟେଇ କରିବେନି କି ବେତନ କାଟିେବନି
/sambad/media/post_attachments/wp-content/uploads/2020/04/28robot1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)