ଇଭି ଅଗ୍ନିକାଣ୍ଡର କାରଣ ବ୍ୟାଟେରିରେ ତ୍ରୁଟି: ଡିଆର୍‌ଡିଓ ରିପୋର୍ଟ

ନୂଆଦିଲ୍ଲୀ: କିଛି ଦିନ ପୂର୍ବେ ଇଲେକ୍ଟ୍ରିକ୍ ଦୁଇଚକିଆ ଯାନରେ ଘଟିଥିବା ଅଗ୍ନିକାଣ୍ଡର କାରଣ ଜାଣିବାରେ ସଫଳ ହୋଇଛି ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆର୍‌ଡିଓ)। ବ୍ୟାଟେରିରେ ଗମ୍ଭୀର ତ୍ରୁଟି ଅଗ୍ନିକାଣ୍ଡର କାରଣ ବୋଲି ଏହା କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟକୁ ଦେଇଥିବା ରିପୋର୍ଟରେ ଜଣାଇଛି। ଯେଉଁ ଗାଡ଼ିଗୁଡ଼ିକରେ ଅଗ୍ନିକାଣ୍ଡ ଘଟିଥିବା ତାହାର ଯାଞ୍ଚ କରିବା ଲାଗି ଡିଆର୍‌ଡିଓକୁ ସରକାର ନିର୍ଦେଶ ଦେଇଥିଲେ। ଓକିନାୱା, ଓଲା ଇଲେକ୍ଟ୍ରିକ୍, ପିଓର ଇଭି, ବୁମ୍ ମୋଟର୍ସ ଓ ଜିତେନ୍ଦ୍ର ଇଲେକ୍ଟ୍ରିକ୍ ଭେଇକିଲ୍‌ର ଇଭିରେ ନିଆଁ ଲାଗିଥିଲା। ଇଭିଗୁଡ଼ିକର ଗୁଣାତ୍ମକ ମାନ ନିଶ୍ଚିତ କରିବା ଲାଗି କେନ୍ଦ୍ର ସରକାର ଗାଇଡ୍‌ଲାଇନ୍ ପ୍ରସ୍ତୁତ କରୁଛନ୍ତି ଯାହା ଶୀଘ୍ର ଜାରି କରାଯିବ। ବର୍ତ୍ତମାନ ସୁଦ୍ଧା ଦେଶରେ ୧୨ଟି ଇଭିରେ ନିଆଁ ଲାଗିସାରିଲାଣି।

ସମ୍ବନ୍ଧିତ ଖବର