୨,୯୪,୭୧୮ କୋଟିର ଖାଦ୍ୟ ସବ୍‌ସିଡି ରାଶି ଦେଲା କେନ୍ଦ୍ର

ନୂଆଦିଲ୍ଲୀ: ଖାଦ୍ୟ ସବ୍‌ସିଡି ବାବଦରେ ଭାରତୀୟ ଖାଦ୍ୟ ନିଗମ ଏବଂ ରାଜ୍ୟ ସରକାରଗୁଡ଼ିକୁ କେନ୍ଦ୍ର ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗ ୨,୯୪,୭୧୮ କୋଟି ଟଙ୍କା ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏୱାଇ) ଏବଂ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ) ବାବଦରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଉକ୍ତ ରାଶି ପ୍ରଦାନ କରାଯାଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ ପ୍ରଦାନ କରାଯାଇଥିବା ଖାଦ୍ୟ ସବସିଡି ରାଶି ତୁଳନାରେ ଏହା ୧୪୦ ପ୍ରତିଶତ ଏବଂ ୨୦୧୯-୨୦ରେ ପ୍ରଦାନ କରାଯାଇଥିବା ଖାଦ୍ୟ ସବସିଡି ତୁଳନାରେ ୨୬୭ ପ୍ରତିଶତ ଅଧିକ ବୋଲି ଜଣାଯାଇଛି। ୨୦୨୧-୨୨ରେ ୧୧୭୫ ଲକ୍ଷ ମେଟ୍ରିକ ଟନ୍ ଖାଦ୍ୟଶସ୍ୟ ସଂଗ୍ରହ କରାଯାଇଛି। ଏ ବାବଦରେ ଚାଷୀମାନଙ୍କୁ ସିଧାସଳଖ ୨.୩୧ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର