ମୁମ୍ବାଇ: ଆଇଡିଏଫ୍ସି ଫାଷ୍ଟ୍ ବ୍ୟାଙ୍କର ଏମ୍ଡି ତଥା ସିଇଓ ଭି ବୈଦ୍ୟନାଥନ ନିଜ ମହାନତା ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ୨୦୧୮ ମସିହାଠାରୁ ୫୪ ବର୍ଷୀୟ ବୈଦ୍ୟନାଥନ ବ୍ୟାଙ୍କରେ ଥିବା ତାଙ୍କ ଅଂଶଧନର ପାଖାପାଖି ୩୮ ପ୍ରତିଶତ ଦାନ କରିଛନ୍ତି। ଅଫିସ ଏବଂ ଘରେ ତାଙ୍କୁ କାମରେ ସହାୟତା କରୁଥିବା ବ୍ୟକ୍ତିମାନଙ୍କୁ ସେ ଏହି ଦାନ କରିଛନ୍ତି। ସେମାନଙ୍କ ମଧ୍ୟରେ ତାଙ୍କର ଡ୍ରାଇଭର, ପୂର୍ବତନ ଗଣିତ ଶିକ୍ଷକ, ଘରୋଇ ଓ ଅଫିସ ସହାୟକ ଅଛନ୍ତି। ୯ ଲକ୍ଷ ସେୟାର ମଧ୍ୟରୁ ସେ ତାଙ୍କ ପୂର୍ବତନ ଗଣିତ ଶିକ୍ଷକ ରମେଶ ରାଜୁଙ୍କୁ ୩ ଲକ୍ଷ, ଘରୋଇ ସହାୟକ ପ୍ରାଞ୍ଜଲ ନର୍ଭେକରଙ୍କୁ ୨ ଲକ୍ଷ, ଡ୍ରାଇଭର ଆଲଗାରସାମି ସି ମୁନାପାରଙ୍କୁ ୨ ଲକ୍ଷ, ଅଫିସ ସହାୟକ ଦୀପକ ପଠାରେଙ୍କୁ ୧ ଲକ୍ଷ ଏବଂ ଘରୋଇ ସହାୟକ ସନ୍ତୋଷ ଜୋଗାଲେଙ୍କୁ ୧ ଲକ୍ଷ ସେୟାର ଉପହାର ଆକାରରେ ଦେଇଛନ୍ତି। ହିତାଧିକାରୀମାନଙ୍କୁ ଘର ତିଆରି କରିବା ଉଦ୍ଦେଶ୍ୟରେ ସେ ଏହି ଦାନ କରିଛନ୍ତି। ବୈଦ୍ୟନାଥନ ୨୦୨୦ ମସିହାରେ ତାଙ୍କ ଗଣିତ ଶିକ୍ଷକଙ୍କୁ ଉପହାର ଦେଇଥିଲେ। କାରଣ ପିଲାବେଳେ ପାଠ ପଢ଼ିବା ସମୟରେ ସେ ଏକ ଭଲ ପ୍ରତିଷ୍ଠାନରେ ନାମ ଲେଖାଇବା ସୁଯୋଗ ପାଇଥିଲେ। କିନ୍ତୁ ସେଠାକୁ ଯିବା ପାଇଁ ତାଙ୍କ ପାଖରେ ଅର୍ଥ ନଥିଲା। ସେହି ସମୟରେ ଉକ୍ତ ଗଣିତ ଶିକ୍ଷକ ତାଙ୍କୁ ୫୦୦ ଟଙ୍କା ଦେଇଥିଲେ। ତାହାର ପ୍ରତିଦାନ ସେ ଏବେ ଦେଇଛନ୍ତି।
ଡ୍ରାଇଭର, ସହାୟକଙ୍କୁ ୫ କୋଟି ଦାନକଲେ ସିଇଓ
/sambad/media/post_attachments/wp-content/uploads/2022/02/idfc-bank.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)