ମୁମ୍ବାଇ: ଏୟାରଏସିଆର ସିଇଓ ଟୋନି ଫର୍ଣ୍ଣାଡିସ୍‌ ଲିଙ୍କଡ୍‌ଇନ୍‌ରେ ପୋଷ୍ଟ୍‌ କରିଥିବା ନିଜର ଖୋଲା ଦେହର ଏକ ଫଟୋ ଚର୍ଚ୍ଚାର କାରଣ ପାଲଟିଛି। କଂପାନିର ଏକ ବୈଠକରେ ସେ ଖୋଲା ଦେହରେ ବସିଥିବା ବେଳେ ତାଙ୍କୁ ଜଣେ ଯୁବତୀ ମାଲିସ କରୁଥିବା ଫଟୋ ଭାଇରାଲ୍‌ ହୋଇଛି। ସେହି ଫଟୋକୁ ନେଇ ଟୋନିଙ୍କୁ ଅନେକ ଲୋକ ସମାଲୋଚନା କରିଛନ୍ତି। ପୋଷ୍ଟ୍‌ ଉପରେ ମତ ରଖି ଜଣେ ମହିଳା ଲେଖିଛନ୍ତି ଯେ ମୁଁ ଭାବୁଛି ଆପଣଙ୍କ କଂପାନିରେ ମହିଳାମାନେ ନିଜକୁ ସୁରକ୍ଷିତ ଭାବୁନଥିବେ। ଅନ୍ୟ ଜଣେ ଲେଖିଛନ୍ତି ଯେ ଆଗାମୀ ପିଢ଼ି ପାଇଁ ଆପଣ କ’ଣ ଉଦାହରଣ ସୃଷ୍ଟି କରିବାକୁ ଚାହୁଛନ୍ତି।