ଚେକ୍‌-ଇନ୍‌-ବ୍ୟାଗେଜ୍ ସୀମା ପୁଣି ୧୫ କିଲୋକୁ କମିବ

ନୂଆଦିଲ୍ଲୀ: କରୋନା ମହାମାରୀ ସଂକ୍ରମଣ ଓ ଲକଡାଉନ୍‌ ପ୍ରଭାବରେ ବିମାନ ସେବା ଶିଳ୍ପ ସର୍ବାଧିକ ପ୍ରଭାବିତ ହୋଇଛି। ଗତ ମେ ୨୫ ତାରିଖରେ ସରକାର ଦେଶରେ ଘରୋଇ ବିମାନର ପୁନଃ ଉଡ଼ାଣ ଅନୁମତି ପ୍ରଦାନ କରିବା ସମୟରେ ଚେକ୍‌-ଇନ୍‌-ବ୍ୟାଗେଜ୍ ନୀତିରେ ସଂଶୋଧନ ଆଣିଥିଲେ। ଜଣେ ଯାତ୍ରୀଙ୍କୁ ଚେକ୍‌-ଇନ୍‌-ବ୍ୟାଗେଜ ଆକାରରେ ୨୦ କିଲୋ ସାମଗ୍ରୀ ନେବାକୁ ଅନୁମତି ଦିଆଯାଇଥିଲା। ତେବେ ବିମାନ ସେବା ପ୍ରଦାନକାରୀ କମ୍ପାନିଗୁଡ଼ିକୁ କିଛିଟା ରିହାତି ଦେ‌ବା ପାଇଁ ଏହି ନିୟମରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ସଂ‌ଶୋଧନ କରିଛି। କମ୍ପାନି ଗୁଡ଼ିକୁ ଏହି ସୀମା ନିର୍ଦ୍ଧାରଣ କ୍ଷମତା ପ୍ରଦାନ କରିଛି। ଅର୍ଥାତ୍ ଲକଡାଉନ୍ ପୂର୍ବରୁ ବିମାନ ସେବା ପ୍ରଦାନକାରୀ କମ୍ପାନି ଗୁଡ଼ିକ ଯାତ୍ରୀଙ୍କୁ ଚେକ୍‌-ଇନ୍‌-ବ୍ୟାଗେଜ୍‌ ଆକାରରେ ୧୫ କିଲୋ ସାମଗ୍ରୀ ନେବାକୁ ଅନୁମତି ପ୍ରଦାନ କରୁଥିଲେ। ତେଣୁ କମ୍ପାନି ଗୁଡ଼ିକ ପୁନର୍ବାର ଏହି ସୀମାକୁ ଲାଗୁ କରିବେ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର