ଚୀନ୍‌ ଛାଡ଼ୁଥିବା ସଂସ୍ଥା ଭାରତ ଆସିବା ସମ୍ଭାବନା କମ୍: ଅଭିଜିତ

ନୂଆଦିଲ୍ଲୀ: କରୋନା ସଙ୍କଟ ପ୍ରଭାବରେ ଯେଉଁ ସବୁ ସଂସ୍ଥା ଚୀନ୍‌ ଛାଡ଼ିବେ ତାହା ଭାରତ ଆସିବେ ବୋଲି ନିର୍ଦିଷ୍ଟ ଭାବେ କୁହାଯାଇପାରିବ ନାହିଁ। ସେଭଳି କୌଣସି ସମ୍ଭାବନା ନାହିଁ ବୋଲି ନୋବେଲ ବିଜେତା ଅର୍ଥନୀତିଜ୍ଞ ଅଭିଜିତ ବାନାର୍ଜୀ କହିଛନ୍ତି। ବଙ୍ଗଳା ଭାଷାର ଏକ ଟିଭି ଚ୍ୟାନେଲ୍‌କୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ, କରୋନା ସଙ୍କଟ ଲାଗି ସାରା ବିଶ୍ବ ଚୀନ୍‌କୁ ଦାୟୀ କରୁଛି କାରଣ ସେହିଠାରୁ ଏହି ଭୂତାଣୁ ମାମଲା ସାମ୍ନାକୁ ଆସିଥିଲା।

ଲୋକମାନେ ଏହା ମଧ୍ୟ କହୁଛନ୍ତି ଯେ ଚୀନ୍‌ରେ ଥିବା କଂପାନିଗୁଡ଼ିକ ବାହାରକୁ ଚାଲିଯିବେ ଏବଂ ଭାରତ ସେମାନଙ୍କୁ ହାସଲ କରି ଲାଭବାନ ହେବେ। ଏଥିରେ ସତ୍ୟତା ନାହିଁ ବୋଲି ସେ କହିଛନ୍ତି। ଅଭିଜିତ କହିଛନ୍ତି ଯେ, ଯଦି ଚୀନ୍ ଏହାର ମୁଦ୍ରା ମୂଲ୍ୟ କମ୍ କରିଦେବ ତେବେ ଚୀନ୍‌ର ଉତ୍ପାଦ ଦାମ୍ ବହୁତ କମିଯିବ। ସେଭଳି କ୍ଷେତ୍ରରେ ଲୋକମାନେ ଚୀନ୍‌ ସାମଗ୍ରୀ କିଣିବା ଜାରି ରଖିବେ।

ସମ୍ବନ୍ଧିତ ଖବର