ଲଣ୍ଡନ: ରାଣୀ ଏଲିଜାବେଥ ଦ୍ବିତୀୟଙ୍କ ମୃତ୍ୟୁ ପରେ ଚାର୍ଲସ ତୃତୀୟ ବ୍ରିଟେନର ରାଜା ହୋଇଛନ୍ତି। ସୂଚନା ଅନୁଯାୟୀ ରାଣୀଙ୍କ ଫଟୋ ଥିବା ବର୍ତ୍ତମାନର ନୋଟ୍ କିମ୍ବା କଏନକୁ ଅଚଳ କରାଯିବ ନାହିଁ। ପୂର୍ବପରି ଏହା ବୈଧ ରହିବ ବୋଲି ବ୍ୟାଙ୍କ ଅଫ୍ ଇଂଲଣ୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି। କିନ୍ତୁ ଆଗକୁ ଯେଉଁ ମୁଦ୍ରା ପ୍ରସ୍ତୁତ ହେବ ସେଥିରେ ଚାର୍ଲସ ତୃତୀୟଙ୍କ ଫଟୋ ସ୍ଥାନ ପାଇବ। ବ୍ରିଟେନ ସମେତ କାନାଡ଼ା, ଅଷ୍ଟ୍ରେିଲିଆ, ନ୍ୟୁଜିଲାଣ୍ଡ ଏବଂ କାରବୀୟ ଦେଶରେ ପ୍ରଚଳିତ ମୁଦ୍ରାରେ ବ୍ରିଟେନ ରାଣୀଙ୍କ ଫଟୋ ରହିଛି। କିନ୍ତୁ ସେମାନଙ୍କୁ ଏହି ଫଟୋ ବଦଳାଇବା ପାଇଁ ଯଥେଷ୍ଟ ସମୟ ଲାଗିବ।
ମୁଦ୍ରାରେ ରାଣୀଙ୍କ ବଦଳରେ ରାଜାଙ୍କ ଚିତ୍ର ରହିବ
/sambad/media/post_attachments/wp-content/uploads/2022/09/g54j654gd65j4gg654g65jgj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)